କଟକ ସଦର , ୦୨/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକର କରିତକର୍ମା ବୋଲାଉଥିବା ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ଏଵେ ହାଇକୋର୍ଟଙ୍କ ଛାଟ ବାଜିଛି। ଵାଲି ଉଠାଣ ଓ ପରିବହନକୁ ନେଇ ଭବାନୀ ଶଙ୍କର ଚୟନୀ ଦାଖଲ କରିଥିବା ମିଥ୍ୟା ସତ୍ୟପାଠକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହେଵା ସହିତ ତାଙ୍କ ପ୍ରତି ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ବୋଲି କହିଛନ୍ତି। ପ୍ରକାଶ ଯେ କଟକ ସହର ଓ ଜିଲ୍ଲାର ବିଭିନ୍ନ ନଦୀ ପଠାରୁ ବେଆଇନ ବାଲି ଉଠାଣ ଓ ଚାଲାଣ ହେଉଥିବା ଦର୍ଶାଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଲିଜ୍ ଧାରୀଙ୍କ ପାଇଁ ଜିଲ୍ଲାପାଳ ଲୋକଙ୍କ ସ୍ବାର୍ଥ,ନିତି ନିୟମକୁ ଆଖି ବୁଜି ଦେଇ ଥିବା ଅଭିଯୋଗରେ ଦର୍ଶାଯାଇଥିଲା। ଏହାକୁ ନେଇ ହାଇକୋର୍ଟ କଟକ ଜିଲ୍ଲା ପ୍ରଶାସନ ଠାରୁ ସତ୍ୟପାଠ ମାଗିଥିଲେ। ଚଳିତବର୍ଷ ଜୁଲାଇ ୧୯ ତାରିଖରେ କଟକର ତତ୍କାଳୀନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଥିଲା। ହେଲେ ହାଇକୋର୍ଟ ତର୍ଜମା କରି ଜାଣିପାରିଲେ ଯେ ଉକ୍ତ ସତ୍ୟପାଠ ମିଥ୍ୟାପାଠ ଵୋଲି। ଏଥିପାଇଁ ଉଚ୍ଚ ନ୍ୟାୟାଳୟ କ୍ଷୁବ୍ଧ ହେଵା ସହିତ ଭବାନୀ ଶଙ୍କରଙ୍କ ଏତାଦୃଶ ଦାୟିତ୍ବହୀନ ଆଚରଣ ଗ୍ରହଣୀୟ ନୁହେଁ ଵୋଲି ଦର୍ଶାଇ ଅନ୍ୟମାନଙ୍କ ଚେତନା ପାଇଁ ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଵା ଉଚିତ୍ ବୋଲି ମତପ୍ରକାଶ କରିଛନ୍ତି। ଏହା ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଠାରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ।
କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ହାଇକୋର୍ଟ ଛାଟ
