ଜଗତସିଂହପୁର,୩୦/୧୧/୨୦୨୩ (ଓଡ଼ିଶା ସମାଚାର)-:ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ 2024, ଅକ୍ଟୋବର 27 2023 ରୁ ଆରମ୍ଭ ହୋଇ 9 ଡିସେମ୍ବର 2023 ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ଏହା ଶେଷ ପର୍ଯ୍ୟାୟରେ ଉପନୀତ। ଏହି ଭୋଟର୍ ତାଲିକା ସଂଶୋଧନ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି।ଏହି ଅଭିଯାନ କୁ ଆଗକୁ ନେଇ ‘ଦେଶ କା ଫର୍ମ ‘ପୂରଣ ଅଭିଯାନ ଆରମ୍ଭ ହୋଇଛି। କୌଣସି 18 ବର୍ଷ ରୁ ଉର୍ଦ୍ଧ୍ବ ଯୋଗ୍ୟ ଭୋଟର ଯେପରି ଭୋଟର ତାଲିକା ରୁ ବାଦ ନ ପଡ଼ନ୍ତି ଏବଂ ଶତ ପ୍ରତିଶତ ମହିଳା ଭୋଟର ପଞ୍ଜୀକରଣ ଉଦ୍ଦେଶ୍ୟ କୁ ନେଇ ତା 02.12.23 ରିଖ ଦିନ ପ୍ରଶାସନ ପକ୍ଷରୁ ସମସ୍ତ ଗ୍ରାମ ରେ ଗ୍ରାମସଭା ଏବଂ ପୌର ପରିଷଦ ର ସମସ୍ତ ୱାର୍ଡ଼ରେ ୱାର୍ଡ଼ ସଭା ଆୟୋଜନ କରାଯାଇଛି। ଏହି ସଭାରେ ସର୍ବସାଧାରଣ ଉପସ୍ଥିତ ରହି ନୂତନ ଭୋଟର ଭାବରେ ପଞ୍ଜୀକରଣ, ଭୋଟର ତାଲିକା ରୁ ମୃତ ଭୋଟର ଙ୍କୁ ବାଦ ଦେବା ପାଇଁ ଆବେଦନ, ବିଭିନ୍ନ ସଂଶୋଧନ ପାଇଁ ଦାବି ଉପସ୍ଥାପନ କରିପାରିବେ। ଏହି ସଭାରେ ବୁଥ୍ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆବେଦନ ଗ୍ରହଣ କରିବେ।
ଗ୍ରାମସଭା ମାଧ୍ୟମରେ ଭୋଟର ସଚେତନତା ଅଭିଯାନ
