ପରକଣା ଓଡିଶା ଆଦର୍ଶ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

ପାଟକୁରା ୨୬/୦୧/୨୦୨୬ (ଓଡିଶା ସମାଚାର )- ଆଜି ଭାରତବର୍ଷ ୭୭ତମ ସାଧାରଣ ତନ୍ତ୍ର ଦିବସ ପାଳନ କରୁଛି । ଏହି ଉପଲକ୍ଷେ ଆଜି ଗରଦପୁର ବ୍ଳକ ପରକଣା ଓଡିଶା ଆଦର୍ଶ ବିଦ୍ୟାଳୟରେ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ,ଛାତ୍ର, ଶିକ୍ଷୟତ୍ରୀ, ଶିକ୍ଷକ, ଅନ୍ୟକର୍ମଚାରୀ ମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ।

ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ ଓ ସାମାଜିକ ନୈତିକତା ଉପରେ ବିଧାୟକ ଅରବିନ୍ଦ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ । ଏହା ରାଷ୍ଟ୍ର ଗଠନରେ ବିଦ୍ୟାର୍ଥୀ ମାନଙ୍କୁ ଅଧିକ ସହାୟତା କରିବ ବୋଲି ବୋଲି ବିଧାୟକ କହିଥିଲେ । ବିଦ୍ୟାର୍ଥୀମାନେ ଅଧିକ ପରିଶ୍ରମ କରି ସଫଳତା ଅର୍ଜନ କଲେ ଏହା ବିଦ୍ୟାଳୟ ର ସୁନାମ ବଢାଇବା ସହିତ ରାଜ୍ୟ ତଥା ଦେଶ ର ସୁନାମ ବଢ଼ାଇବ ବୋଲି ବିଧାୟକ ମହାପାତ୍ର କହିଥିଲେ ।

ବିଭିନ୍ନ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଚମ୍ପିୟାନ ହୋଇଥିବା ଦୁଇଜଣ ବିଦ୍ୟାର୍ଥୀ  ଶ୍ରୀୟାଲୀ ସାହୁ ଓ ସ୍ୱୟଂ ସମ୍ପର୍ଣା ମହାନ୍ତିଙ୍କୁ ସାର୍ଟିଫିକେଟ, ଶୀଲ ଦେଇମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।ଏତତ ବ୍ୟତୀତ ଶିକ୍ଷୟତ୍ରୀ ଅରୁନ୍ଧତୀ ଦାଶ ଙ୍କୁ ମହାନଦୀ ପ୍ରକୋଷ୍ଟ ଚମ୍ପିୟାନ ଭାବେ ମଧ୍ୟ ପୁରସ୍କୃତ କରିଥିଲେ । ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷୀଦାସି ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଗରଦପୁର ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଓ ସମିତି ସଭ୍ୟ ଦିଲ୍ଲୀପ ସାହୁ ସମ୍ମାନିତ ଅତିଥି ଭାବେ ମଂଚାସୀନ ରହି ବିଦ୍ୟାର୍ଥୀ ମାନଙ୍କୁ  ସାଧାରଣତନ୍ତ୍ର ଦିବସ ସମ୍ପର୍କରେ କହିଥିଲେ ।

ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ବିଧାୟକ ବିଦ୍ୟାର୍ଥୀ ମାନଙ୍କ ସହିତ ଆଲୋଚନା କରିଥିଲେ ଓ ଏହାର ସମାଧାନ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଵେ ବୋଲି ପ୍ରତିଶୃତି ଦେଇଥିଲେ । ବିଧାୟକ ଅରବିନ୍ଦ ମହାପାତ୍ର ଓ ବ୍ଳକ ଅଧ୍ୟକ୍ଷ ଅଭୟ ମହାରାଜ ବିଦ୍ୟାର୍ଥୀ ମାନଙ୍କୁ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ମିଠା ବଣ୍ଟନ କରିଥିଲେ ।

ଶିକ୍ଷକ ଜଗଦେବ ଶର୍ମା, ଶିକ୍ଷକ ବିଶ୍ଵରଞ୍ଜନ ଦେବତା, ଶିକ୍ଷକ ଭାଗବତ ସାମନ୍ତରାୟ, ଶିକ୍ଷୟତ୍ରୀ ଅରୁନ୍ଧତି ଦାଶ, ଶିକ୍ଷୟିତ୍ରୀ ରୋଜି ମହାଳି,ଶିକ୍ଷୟିତ୍ରୀ ନିରୁପମା ଭୋଇ, ଶିକ୍ଷୟତ୍ରୀ ନିବେଦିତା ପଣ୍ଡା, ଶିକ୍ଷକ ଭବେଶ କୁମାର ରଥ ପ୍ରମୁଖକାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ସ୍ନେହପ୍ରଭା ଦାଶ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *