ପୋଲସରା, ୧୬/୦୫/୨୦୨୪ (ଓଡ଼ିଶା ସମାଚାର)- ଗଞ୍ଜାମ ଜିଲ୍ଲା ପୋଲସରାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ତୋଟାସାହି ଅଞ୍ଚଳରେ ଜଣେ ଯୁବକଙ୍କୁ ଅଜଣା ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ଯୁବକ ଜଣଙ୍କ ରାସ୍ତାରେ ଛିଡ଼ା ହୋଇଥିବା ସମୟରେ ଅଜଣା ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଗୁଳି ଯୁବକଙ୍କ ବେକରେ ଲାଗିଛି। ଯୁବକ ଜଣକ ଏକ ରାଜନୈତିକ ଦଳର ବୋଲି କୁହାଯାଉଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ତଦନ୍ତ ଆରମ୍ଭ କରିଛି।
ପୋଲସରାରେ ଯୁବକଙ୍କୁ ଗୁଳିମାଡ଼
