ଏଥର ପଲ୍ଲିଶ୍ରୀମେଳାରେ ଥିଲେ ଦିଅନ୍ତୁ ,ନଥିଲେ ନିଅନ୍ତୁ

ଆପଣଙ୍କ ପାଇଁ ଅଦରକାରୀ କିନ୍ତୁ ଆଉ କାହା ପାଇଁ ଦରକାରୀ

କେନ୍ଦ୍ରାପଡ଼ା, ୨୩/୧୨/୨୦୨୩ (ଓଡ଼ିଶା ସମାଚାର)- ଚଳିତମାସ ୨୬ତାରିଖରୁ କେନ୍ଦ୍ରାପଡା କଲେଜ ପଡିଆରେ ଆରମ୍ଭ ହେବାକୁ ଯାଉଥିବା ପଲ୍ଲିଶ୍ରୀ ମେଳାରେ ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” ନାମକ ଏକ ଷ୍ଟଲ ଖୋଲୁଛି । ସେହି ଷ୍ଟଲରେ ବିଭିନ୍ନ ପୁରୁଣା ତଥା ସଫାସୁତୁରା ଥିବା ଡ୍ରେସ ଓ ଲୁଗାପଟା ପ୍ରଭୃତି ଯୋଗାଇ ଦିଆଯିବ । ଆପଣଙ୍କ ପାଇଁ ଅଦରକାରୀ ହୋଇପଡୁଥିବା ବସ୍ତ୍ର ହୁଏତ ଅନ୍ୟ କାହା ପାଇଁ ଦରକାରୀ ହୋଇପାରେ । ଯେଉଁମାନଙ୍କ ପାଖରେ କୌଣସି ପିନ୍ଧା ବସ୍ତ୍ର ବା ବ୍ୟବହୃତ ବସ୍ତ୍ର ଥିବ ସେମାନଙ୍କର ଆଉ ସେହି ବସ୍ତ୍ର ଆବଶ୍ୟକ ହେଉନଥିବ ସେମାନେ ଚାହିଁଲେ ସେହି ବସ୍ତ୍ରକୁ ସଫାସୁତୁରା କରି ଏହି ଷ୍ଟଲରେ ଦେଇପାରିବେ । କାରଣ ତାହା ହୁଏତ ଅନ୍ୟର ଦରକାରରେ ଆସିବ ବା ଅନ୍ୟର ଆବଶ୍ୟକତାକୁ ପୁରଣ କରିପାରିବ । ଏହି ଷ୍ଟଲଟି ଆସନ୍ତା ୨୬ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଯେଉଁମାନଙ୍କର ଏପରି ବସ୍ତ୍ର ଦରକାର ସେମାନେ ଏହି ଷ୍ଟଲରୁ ସେସବୁ ବସ୍ତ୍ରକୁ ସଂଗ୍ରହ କରିପାରିବେ ବୋଲି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ମାଇଁ ଏନସିସି ଆଲୁମିନି ଆସୋସିଏସନର ସମ୍ପାଦକ ଚିନ୍ମୟ ବିଶ୍ୱାଳ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *