ଘରେ ପଶୁଥିଲେ ଟାଣି ଆଣି ଦଳିଦେଲା ଦନ୍ତା

ଘଟଣା ସ୍ଥଳରେ ବୃଦ୍ଧା ଙ୍କ ମୃତ୍ୟୁ

କୋଇଡା, ୩୦/୧୧/୨୦୨୩ (ଓଡ଼ିଶା ସମାଚାର)- ସୁନ୍ଦରଗଡ ଜିଲ୍ଲା କୋଇଡା ବନାଞ୍ଚଳ ଅଧୀନସ୍ଥ ଭାଲିଆଡିହି ଗାଁରେ ଦନ୍ତାହାତୀ ଆକ୍ରମଣରେ ବୃଦ୍ଧା ମୃତ । ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟରେ  ଜନବସତି ଆଡକୁ ପସି ଆସିଥିଲା ଦନ୍ତାହାତୀ । ଫଳରେ  ଲୋକେ ଆତଙ୍କିତ ଅବସ୍ଥାରେ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ  ଠିକ୍ ସେହି ସମୟରେ ୫୮ବର୍ଷିୟ ମାଙ୍ଗିରି ମୁଣ୍ଡା ନିଜ ଘରକୁ ପଶିଲା ବେଳକୁ ଦନ୍ତା ହାତୀ ଟାଣି ଆଣି ତାଙ୍କୁ କଚାଡି ଦେବା ସହ ପାଦରେ ଦଳି ଦେଇଥିଲା । ଘଟଣାସ୍ଥଳରେ ମାଂଗିରିଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷତିପୂରଣ ଦାବି ନେଇ ଗ୍ରାମବାସୀ ଅଡ଼ି ବସିଥିଲେ ।  ପରେ ବନ ବିଭାଗ ଓ କୋଇଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ବନ ବିଭାଗ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି ।

Leave a Reply

Your email address will not be published. Required fields are marked *