ଛୁରୀରେ ଆକ୍ରମଣ କରି ପେଟ୍ରୋଲ ପମ୍ପ କର୍ମଚାରୀ ଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟ୍

ରାଜଗାଙ୍ଗପୁର ୨୨/୦୨/୨୦୨୪ (ଓଡ଼ିଶା ସମାଚାର)- ସ୍ପଷ୍ଟ ଦିବାଲୋକରେ ଛୁରୀରେ ଆକ୍ରମଣ କରି ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ ଙ୍କଠାରୁ ଲୁଟ୍ ହୋଇଛି । ଆଜି ପ୍ରାୟ ୧୧ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଜାମପାଲିପାଦାସ୍ଥିତ ଏଚପି ପେଟ୍ରୋଲ ପମ୍ପ ର କର୍ମଚାରୀ ଅନୀଲ କୁମାର ତିୱାରୀ ବାଇକ ଯୋଗେ ୨ଲକ୍ଷ ଟଙ୍କା ଜମା କରିବାକୁ ସହରର ଏକ ବ୍ୟାଙ୍କକୁ ଯାଉଥିଲେ । ଏହି ସମୟରେ ଜାମପାଲି ବାଇପାସରେ ଥିବା ଏମଆର ଉଦ୍ୟୋଗ ରାସ୍ତାରେ ଏକ ମୋଟରସାଇକେଲରେ ମୁଖା ପିନ୍ଧା ତିନି ଜଣ ଦୁର୍ବୁତ୍ତ ଆସି ତାଙ୍କୁ ଅଟକାଇବା ସହ ତାଙ୍କୁ ଛୁରୀରେ ଆକ୍ରମଣ କରି ଟଙ୍କା ବ୍ୟାଗ ଛଡ଼ାଇ ନେଇଥିବା ସୂଚନା ମିଳିଛି । ଛୁରୀ ରେ ଆକ୍ରମଣ ଯୋଗୁ ଗୁରୁତର ଆହତ ଅବସ୍ଥାରେ କର୍ମଚାରୀ ଅନୀଲ ଙ୍କୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରିବାପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *