ମହାକାଳପଡ଼ା,୨୭/୦୪/୨୦୨୪(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ନବମ ଶ୍ରେଣୀର ଛାତ୍ରୀ ସାଙ୍ଗ ହୋଇ ନିକଟ ଲୁଣା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ବେଳେ ଦୁଇ ଛାତ୍ରୀ ପାଣିରେ ଭାସି ଯାଇଥିଲେ। ଜଣେ ଛାତ୍ରୀ ବହୁତ କଷ୍ଟରେ ଉପରକୁ ଉଠି ଆସିଥିଲେ। ହେଲେ ଅନ୍ୟ ଜଣେ ଛାତ୍ରୀ ନିଖୋଜ ଅଛନ୍ତି। ଖବରପାଇ ମହାକାଳପଡା ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।