ଵୈୟାଳିସ ମୌଜାରେ ଅଘଟଣ,ଦୁଇ ଜଣନାବାଳକ ନଦୀରେ ବୁଡ଼ିଗଲେ, ଜଣେ ମୃତ, ଅନ୍ୟଜଣେ ନିଖୋଜ

 କଟକ ସଦର,୧୨/୧୦/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କମିଶନରେଟ ଵୟାଳିଶମୌଜା ଥାନା ଅନ୍ତର୍ଗତ କଳପଡା ପଞ୍ଚାୟତ ବସନ୍ତକୁଣ୍ଡଳ ଗ୍ରାମର ଦୁଇଜଣ ନାଵାଳକ ଆଜି ରବିବାର ପୂର୍ବାହ୍ନରେ ସେଡୁଆ ନଦୀରେ ବୁଡିଯାଇଥିବା ବେଳେ ଜଣେ ଉଦ୍ଧାର ହୋଇଥିବା ଏଵଂ ଅନ୍ୟଜଣେ ନିଖୋଜ ଥିବା ଜଣାପଡିଛି।

ପ୍ରକାଶ ଯେ ଉକ୍ତ ଗ୍ରାମର ଗୁରୁପ୍ରସାଦ ନାୟକ(୧୪) ଓ ସାଇ ଶୁଭମ୍ ବାରିକ୍(୧୪) ନଦୀ ରେ ଗାଧୋଇବା ବେଳେ ପାଣିରେ ଵଲ୍ ଖେଳୁଥିଲେ। ଏଥିରେ ଦୁଇଜଣଯାକ ଦୂର୍ଘଟଣା ର ଶୀକାର ହୋଇଥିଲେ। ଗୁରୁପ୍ରସାଦ କୁ ଉଦ୍ଧାର କରାଯାଇ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଏଵଂ ପରେ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି।

ଅନ୍ୟଜଣେ ସାଇ ଶୁଭମ୍ ନିଖୋଜ ଥିବାରୁ ଦମକଳବାହିନୀ ନଦୀରେ ଖୋଜିବା କୁ ତ୍ୱରାନ୍ୱିତ କରିଛନ୍ତି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *