ବିଭିନ୍ନ ବିଦ୍ୟାଳୟରେ ଡ୍ରଗସ ନିରୋଧ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ନିରାକାରପୁର, ୨୭/୬/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାସ୍ଥ କବି ପ୍ରସନ୍ନ ପାଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଡ୍ରଗସ ନିରୋଧ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମିହିର ଚନ୍ଦ୍ର ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଡ୍ରଗସର ଅପକାରିତା ସମ୍ବନ୍ଧରେ ବୁଝାଇଥିଲେ । ତତପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ଡ୍ରଗସ ସେବନ ନ କରିବା ନିମନ୍ତେ ଶପଥପାଠ କରାଇଥିଲେ । ସେହିପରି କମାଗୁରୁ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନିଶା ନିବାରଣ ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ଓ ଅଧ୍ୟାପିକା ଡ ରେଣୁବାଳା ସାମନ୍ତରାୟ ନିଶା ସେବନ ଦ୍ଵାରା ନିଜର କ୍ଷତି ଘଟିବା ସହିତ ଆମ ସମାଜରେ ଅଧର୍ମ ,ଅରାଜକତା ବୃଦ୍ଧି ପାଉଛି। ତେଣୁ ନିଶା ସେବନ ଠାରୁ ଦୂରେଇ ରହିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *