ନାଦବ୍ରହ୍ମ ସଂଗୀତ ଉତ୍ସବ

ଭୁବନେଶ୍ୱର,୨୭/୬/୨୦୨୪ (ଓଡ଼ିଶା ସମାଚାର)- ନାଦବ୍ରହ୍ମ ସଙ୍ଗୀତ ଉତ୍ସବ – ୨୦୨୪ ଦୁଇ ଦିନ ବ୍ୟାପୀ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମ ଦିବସରେ ଓଡ଼ିଶୀ, ଗୀତଗୋବିନ୍ଦ, ଛାନ୍ଦ, ଚମ୍ପୁ ସହିତ ଲୋକକଳା ଦାସକାଠିଆ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବେ ପରିବେଷିତ ହୋଇଯାଇଛି । ପ୍ରଥମ ଦିବସରେ ଅତିଥିଭାବେ ଯୋଗ ଦେଇଥିଲେ ଏକାମ୍ର ବିଧାୟକ ମାନ୍ୟବର ବାବୁ ସିଂ, ପ୍ରଖ୍ୟାତ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀ, ପଦ୍ମଶ୍ରୀ ପ୍ରାପ୍ତା, କୁଳପତି ପ୍ରସନ୍ନ କୁମାର ସ୍ୱାଇଁ ଏବଂ ସଂସ୍କୃତି ବିଭାଗ ନିର୍ଦ୍ଧେଶକ ଦିଲ୍ଲୀପ ରାଉତରାଏ ।
ଦ୍ୱିତୀୟ ଦିବସରେ ଶ୍ରୀଯୁକ୍ତ ଦୁଷ୍ମନ୍ତ ସ୍ୱାଇଁ, ମାନ୍ୟବର ବିଧାୟକ, ଖଣ୍ଡପଡ଼ା, ଡ଼. ବିଷ୍ଣୁପଦ ସେଠୀ, ଆଇ.ଏ.ଏସ୍, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ, ପ୍ରମୁଖ ଶାସନ ସଚିବ ଓ ସ୍ୱତନ୍ତ୍ର ଶାସନ ସଚିବ ଭାବେ ସଂସ୍କୃତି ବିଭାଗର ଶ୍ରୀଯୁକ୍ତ ମଧୁସୂଦନ ଦାସ, ପ୍ରଖ୍ୟାତ ଗୁରୁ ଗୋପାଳଚନ୍ଦ୍ର ପଣ୍ଡା, ଡ଼ା. ଉମେଶ ପାଣିଗ୍ରାହୀ ଓ ନାଦବ୍ରହ୍ମର ଯୁଗ୍ମ ସମ୍ପାଦକ ପ୍ରଦୀପ କୁମାର ବେହେରା ଯୋଗ ଦେଇ ନାଦବ୍ରହ୍ମର ଦୁଇଦିନ ବ୍ୟାପୀ ସଙ୍ଗୀତ, ନୃତ୍ୟ ଓ ସନ୍ଥକବି ଭୀମଭୋଇଙ୍କ ଭଜନ, ଦାସକାଠିଆ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ।
କାର୍ଯ୍ୟକ୍ରମର ପ୍ରଖ୍ୟାତ ଶିଳ୍ପୀମାନେ ଥିଲେ ମହାପାତ୍ର ମିନତୀ ଭଞ୍ଜ, ନିମାକାନ୍ତ ରାଉତରାୟ, ମହାପ୍ରସାଦ କର, ଅବନ୍ତିକା ପଟ୍ଟନାୟକ, ଶ୍ୱେତା ମିଶ୍ର, ବିଜୟଲକ୍ଷ୍ମୀ ରାଉତରାୟ, ଭାରତୀ ଜେନା, ଜୟସ୍ମିତା କୁଅଁର, ସୁବାଷ ରାଉତ ପ୍ରମୁଖ । ଯନ୍ତ୍ରସଂଗୀତରେ ଶିଳ୍ପୀମାନେ ଥିଲେ ଅଜୟ ଚୌଧୁରୀ, ସଂଜୟ ରାଉତ, ସୀତାଂଶୁ ରାଉତ, ରାଜକିଶୋର, ମୁରଲୀ ସ୍ୱାଇଁ, ଜୟଗୁରୁ ପ୍ରଧାନ, ସୌମ୍ୟ ରଞ୍ଜନ ନାୟକ ଓ ଜ୍ଞାନରଞ୍ଜନ ପ୍ରମୁଖ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡ଼. ମୃତୁ୍ୟଞ୍ଜୟ ରଥ ।
ପ୍ରଥମ ଦିନ ତା ୨୫.୦୬.୨୦୨୪ରିଖ ଗୁରୁ ରତିକାନ୍ତ ମହାପାତ୍ରଙ୍କୁ “ନାଦବ୍ରହ୍ମ” ସମ୍ମାନରେ ଭୂଷିତ କରାଯାଇଥିଲା । ଦ୍ୱିତୀୟ ଦିନ ତା ୨୬.୦୬.୨୦୨୪ ରିଖ ଶିଳ୍ପୀ ଦିବାକର ପରିଡ଼ା, ମର୍ଦ୍ଧଳ ଓ ସଂଗୀତ ନିର୍ଦ୍ଧେଶକ ସୀତାଂଶୁ ଶେଖର ରାଉତଙ୍କୁ ଗୁରୁ ଜଗନ୍ନାଥ କୁଅଁର ବାଦ୍ୟ ଓ ସଂଗୀତ ସମ୍ମାନ ପ୍ରଦାନ କରାଯାଇଥିଲା ।
ଶେଷରେ ଅନୁଷ୍ଠାନର ସମ୍ପାଦକ ପ୍ରଫେସର ଡକ୍ଟର ଜଗନ୍ନାଥ କୁଅଁର ଅନୁଷ୍ଠାନର ଆଭିମୁଖ୍ୟ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *