ଉପଖଣ୍ଡ ପ୍ରଶାସନ ଦ୍ୱାରା ମହ୍ଲାର କାର୍ଯ୍ୟକ୍ରମ

ବାଲିଗୁଡା, ୨୩/୦୪/୨୦୨୪ (ଓଡ଼ିଶା ସମାଚାର)- ବାଲିଗୁଡା ଉପଖଣ୍ଡ ପ୍ରଶାସନ ଦ୍ୱାରା ମହ୍ଲାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସକାଳୁ ଉଲ୍ଲାସ କାର୍ଯ୍ୟକ୍ରମ ଉପଜିଲାପାଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ନାଗରିକ ମାନଙ୍କ ପ୍ରତିଯୋଗିତା କରି ଭୋଟ ସଚେତନତା କରାଯାଇଛି । ସଂନ୍ଧ୍ୟା ସମୟରେ ବସଷ୍ଟାଣ୍ଡ ନିକଟରୁ ଏକ ସଚେତନତା ଶୋଭାଯାତ୍ରା ହୋଇଥିଲା । ଏଥିରେ ହାତରେ ପ୍ଲାକାର୍ଡ ଧରି ସଚେତନତା କରାଇଥିଲେ । ସଂନ୍ଧ୍ୟା ସମୟରେ ସଭାଗୃହ ଠାରେ ଫେସନ ଶୋ ପ୍ରତିଯୋଗିତା ସହ ସଚେତନତା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ଉପଖଣ୍ଡ ପ୍ରଶାସନିକ ଅଧିକାରି ଉପଜିଲାପାଳ ଡା ରୀନା ପ୍ରଧାନଙ୍କ ତତ୍ୱାବଦାନତାରେ ହୋଇଛି । ଏଥିରେ ପିଏ ଆଇଟିଡିଏ ବାଲିଗୁଡା କୃପାସିନ୍ଧୁ ବେହେରା,ବିଡିଓ ଅଚୁ୍ୟତାନନ୍ଦ ଜାନି ଙ୍କ ସମେତ ଉପଖଣ୍ଡ କାର୍ଯ୍ୟାଳୟ ସମେତ ସମସ୍ତ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହିବା ସହିତ ବାଲିଗୁଡା ଅଂଚଳର ସଚେତନ ନାଗରିକ ନୂତନ ଭୋଟର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟ କରିଥିଲେ । ୯ଗୋଟି ବ୍ଲକର ପ୍ରଶାସନିକ ଅଧିକାରୀ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *