ଦରମା ମିଳୁ ନଥିବା ପ୍ରତିବାଦରେ ମିଶନଶକ୍ତି ଜିପିଏଲଏଫ କର୍ମୀ ସଂଘ ର କାର୍ୟ୍ୟ ବନ୍ଦ ନିଷ୍ପତି

ଗରଦପୁର, ୨୫/୯/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକରେ ମିଶନଶକ୍ତି ଜିପିଏଲଏଫ କର୍ମୀ ସଂଘ ପକ୍ଷରୁ ଦରମା ମିଳୁ ନଥିବା ପ୍ରତିବାଦରେ କାର୍ୟ୍ୟ ବନ୍ଦ ପାଇଁ ବିଡିଓ ଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ରେ ଏମବିକେ ବ୍ୟାଙ୍କ ମିତ୍ର, କୃଷି ମିତ୍ର, ସି ଆର ପି ସି ଏମ, ପ୍ରାଣୀମିତ୍ର ପ୍ରମୁଖ ଙ୍କୁ ସେମାନଙ୍କର ୬ ମାସ ହେଲା ପାରିଶ୍ରମିକ ମିଳୁନଥିବା ଅଭିଯୋଗ ଆଣିଛନ୍ତି। ପାରିଶ୍ରମିକ ମିଳୁନଥିବାରୁ ସେମାନେ ପରିବାର ପ୍ରତିପୋଷଣରେ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଥିବା ସୂଚନା ଦେଇଛନ୍ତି। ସେମାନେ ତାଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ସତ୍ୱେ କୌଣସି ସୁଫଳ ମିଳିନାହିଁ । ତେଣୁ ସେପ୍ଟେମ୍ବର ୨୫ ତାରିଖରୁ କାର୍ଯ୍ୟବନ୍ଦ ନିଷ୍ପତି ଗ୍ରହଣ କରି ବିଡ଼ିଓ ଙ୍କୁ ଲିଖିତଭାବେ ଜଣାଇଛନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ କରାଗଲେ ସେମାନେ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାଇଛନ୍ତି । ଏହାର ନକଲ ଓଏଲଏମ,ବିପିଏମ ମିଶନ ଶକ୍ତି,ବିପିସି,ସିଡ଼ିପିଓ,ଜିଲାପାଳ, ପିଡ଼ି,ଡ଼ିପିଏମ,ଡ଼ିପିସି,ଓଏଲଏମ ର ସିଇଓ,ମିଶନ ଶକ୍ତିର କମିଶନର କମ ସେକେଟ୍ରି ମିଶନ ଶକ୍ତି, ବିଭାଗିୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଅବଗତ ନିମନ୍ତେ ପ୍ରେରଣ କରିଥିବା ସଭାନେତ୍ରୀ ଅମିତାଞ୍ଚଳୀ କର ଓ ସମ୍ପାଦିକା ମୋନାଲିସା ବେହେରା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *