କଟକ ସଦର,୦୮/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଙ୍କ ପୈ।ରୋହିତ୍ୟରେ ଆଜି ଗୁରୁବାର ଦିନ ସମିତି ବୈଠକ ଅନୁଷ୍ଠିତ ହୋଇ ନରମ ଗରମରେ ଶେଷ ହୋଇଛି।
ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ସରକାରଙ୍କ ଜନ କଲ୍ୟାଣ ଯୋଜନା ଗୁଡିକ କିପରି ପଞ୍ଚାୟତ ସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚିବ ସେଥିପାଇଁ ବ୍ଲକ ଅଧିକାରୀ ଙ୍କ ସହିତ ପଞ୍ଚାୟତ ପ୍ରତିନିଧିମାନଙ୍କ ଗୁରୁ ଦାୟିତ୍ବ ଉପରେ ଆଲୋକପାତ କରିଥିଲେ।
ଏଥିରେ ଵିଡିଓ ପ୍ରତୀକ ସାହୁ, ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ, ଉପାଧ୍ୟକ୍ଷା ଅମ୍ବିକା ପାତ୍ର ଙ୍କ ସମେତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ଓ ପଞ୍ଚାୟତ ପ୍ରତିନିଧିମାନେ ଯୋଗଦେଇ ଶିକ୍ଷା, ସ୍ୱାସ୍ଥ୍ୟ,କୃଷି, ପାନୀୟ ଜଳ ଓ ପରିମଳ, ମହିଳା ଓ ଶିଶୁ ବିକାଶ ଉପରେ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।
