ଭୁବନେଶ୍ୱର, ୨୬/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶ୍ରୀ ଅମରେନ୍ଦ୍ର ବେହେରା ଙ୍କ ଦ୍ୱାରା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ସ୍ୱଅଙ୍କିତ ପେନସିଲ ସ୍କେଚ ପ୍ରଦାନ। ଶ୍ରୀ ବେହେରା ସ୍ଵରାଷ୍ଟ୍ର ବିଭାଗ ରେ ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଏବଂ ଚିତ୍ର କରିବା ତାଙ୍କର ନିଶା। ସୁଯୋଗ ମିଳିଲେ ସେ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ତାଙ୍କର ସ୍ୱଅଙ୍କିତ ଚିତ୍ର ପ୍ରଦାନ କରିବାକୁ ଭଲ ପାନ୍ତି। ଆଗରୁ ମଧ୍ୟ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ବଲିଉଡ କଣ୍ଠଶିଳ୍ପୀ କୁମାର ସାନୁ, ସୋନୁ ନିଗମ, ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଙ୍କୁ ତାଙ୍କ ଚିତ୍ର ପ୍ରଦାନ କରିଛନ୍ତି।