କଟକ ସଦର,୧୭/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ଠାରୁ ପ୍ରଚଣ୍ଡ ଖରା ଗ୍ରୀଷ୍ମ ପ୍ରଵାହ ବୃଦ୍ଧି ପାଇ ଆଗକୁ ଅଂଶୁଘାତର ସମ୍ଭାବନା ଅଧିକ ରହିଥିବା ବେଳେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିଜ ଗାଁ କିଶନନଗର ଡାକ୍ତରଖାନାରେ ଏସି ନଥିବାରୁ ରୋଗୀ ଓ ଡାକ୍ତର ନାହିଁ ନଥିବା ହିନସ୍ତା ହେଉଥିବା ଦେଖାଯାଉଛି।
କିଶନନଗର ଡାକ୍ତରଖାନାକୁ ଆବଶ୍ୟକତା ଦୃଷ୍ଟିରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୁପାନ୍ତରିତ କରିବାକୁ ଦାବି ହୋଇଆସୁଥିଲା ବେଳେ ଆବଶ୍ୟକତା ଦୃଷ୍ଟିରୁ ଏସି ଟିଏ ନଥିବା ଦୁର୍ଭାଗ୍ୟ ଜନକ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏ ସମ୍ପର୍କରେ ଵେଣ୍ଟକାର ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡ଼ା ପ୍ରଶାନ୍ତ କୁମାର ସାମଲ ଦୃଷ୍ଟି ଆକର୍ଷଣ କରିବାରେ ସିଏ ଏଥିପ୍ରତି ତ୍ୱରିତ ପଦକ୍ଷେପ ନେବେ ବୋଲି ଆମ ପ୍ରତିନିଧିଙ୍କୁ କହିଥିବା ଜଣାପଡିଛି। ହେଲେ ରୋଗୀମାନଙ୍କ ହୀତ ପାଇଁ ତୁରନ୍ତ ଏସି ଲଗାଯିବା କୁ ବିଧାୟକ ପ୍ରକାଶ ସେଠୀଙ୍କ ସମେତ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।
