ପରମହଂସ ପଞ୍ଚାୟତରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ 

କଟକ ସଦର ,୧୨/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ବିଜେପି ମଣ୍ଡଳ ର ପରମହଂସ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଅଗଷ୍ଟ ୧୫ ସ୍ୱ।ଧିନତା ଦିବସ ପୂର୍ବରୁ ହର ଘର ତ୍ରିରଙ୍ଗା ପତାକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଯୁବମୋର୍ଚ୍ଚା ପକ୍ଷରୁ ଏକ ମୋଟର ସାଇକେଲ ତ୍ରିରଙ୍ଗା ଶୋଭାଯାତ୍ରା ପଞ୍ଚାୟତ ପରିକ୍ରମା କରି ହଂସନାଥ ମନ୍ଦିର ପ୍ରାଙ୍ଗଣ ରେ ପହଞ୍ଚିଥିଲା ପରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନାଙ୍କ ପରିଚାଳନାରେ ଆୟୋଜିତ ତ୍ରିରଙ୍ଗା ସଭାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିଭା ଶତପଥୀ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ପୂର୍ବତନ ସରପଂଚ ଲକ୍ଷ୍ମୀପ୍ରିୟା ସ୍ୱ।ଇଂ,ନିର୍ମଳ ଦାସ, ଅନିରୁଦ୍ଧ ରାଉଳ, ଯୋଗେନ୍ଦ୍ର ଭୋଇ, ମଣ୍ଡଳ ସଭାପତି ଅଭୟ ସ୍ୱ।ଇଂ ପ୍ରମୁଖ ଯୋଗ ଦେଇ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।

Leave a Reply

Your email address will not be published. Required fields are marked *