ଯାଜପୁରରେ ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

ଯାଜପୁର,୧୧/୦୯/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ପଞ୍ଚାୟତ ସମିତି ପରିସରରେ ଆଜି ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସରକାରୀ ସହାୟତା ଓ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁବିଧା ଯୋଗାଇଦେବା ତଥା ସେମାନଙ୍କୁ ସ୍ୱାବଲମ୍ବୀ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଶିବିରରେ ମୋଟ ୨୧୬ ଜଣ ହିତାଧିକାରୀ ପଞ୍ଜୀକୃତ ହୋଇଥିଲେ। ଏଥିରେ ୧୨୧ ଜଣ ଶାରୀରିକ ଭିନ୍ନକ୍ଷମ (OH), ୩୪ ଜଣ ଦୃଷ୍ଟିବାଧିତ (VI), ୨୫ ଜଣ ଶ୍ରବଣବାଧିତ (HI), ୨୭ ଜଣ ମାନସିକ ଅନଗ୍ରସର/ସେରିବ୍ରାଲ୍ ପାଲ୍ସି (MR/CP) ଏବଂ ୯ ଜଣ ବହୁବିଧ ଭିନ୍ନକ୍ଷମ (MD) ହିତାଧିକାରୀ ଅନ୍ତର୍ଭୁକ୍ତ ଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ତୁରନ୍ତ ସହାୟତା ସ୍ୱରୂପ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସହାୟକ ଉପକରଣ ଓ ସେବା ପ୍ରଦାନ କରାଯାଇଥିଲା। ଏଥିରେ ୧୨ଟି ହୁଇଲ୍‌ଚେୟାର୍, ୨ଟି ଶ୍ରବଣ ଯନ୍ତ୍ର ( Hearing Aid), ୧ଟି ବ୍ଲାଇଣ୍ଡ ଷ୍ଟିକ୍, ୩ଟି ମୋଟରାଇଜ୍ଡ ଟ୍ରାଇସାଇକେଲ୍, ୨ଟି Quadripod, ୨୧ ଜଣଙ୍କୁ ଟ୍ରେନ୍ ଓ ବସ୍ ପାସ୍ ଏବଂ ୫ ଜଣଙ୍କୁ ଭିନ୍ନକ୍ଷମ ପେନ୍‌ସନ୍ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ସହାୟତା ପ୍ରଦାନ/ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଯାଜପୁର ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡ଼ା, ଯାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ  ବ୍ରହ୍ମାନନ୍ଦ ବେହେରା, ଯାଜପୁର ତହସିଲଦାର ରବି ନାରାୟଣ ପାଢ଼ୀ,  ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀରୋଦ ସ୍ବାଇଁ ସମେତ ବ୍ଲକ୍‌ର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ଶିବିର ମାଧ୍ୟମରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଆବଶ୍ୟକୀୟ ସହାୟତା ଓ ସରକାରୀ ସୁବିଧା ଯୋଗାଇଦେବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଛି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *