ବାଲିଗୁଡା,୨୦/୮/୨୦୨୪ (ଓଡ଼ିଶା ସମାଚାର)-ବାଲିଗୁଡା ପଂଚାୟତ ସମିତିର ସଭାଗୃହ ଠାରେ ମୋ ଜଙ୍ଗଲ ଜମି ଯୋଜନା ଜଙ୍ଗଲ ଅଧିକାର ଅଧି ନିୟମ ସପ୍ତାହ ପାଳନ ଅବସରରେ ଜଙ୍ଗଜମି ପଟ୍ଟା ବଣ୍୍ଟନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ,ତହସିଲଦାର ଦୀପ୍ରତି ପ୍ରକାଶ ବେହେରା,ଡେପୁଟି କଲେକ୍ଟର ଧିରଜ ପାତ୍ର,ରାଜେନ୍ଦ୍ର ନାରାୟଣ ସେନାପତି, ରାଉତ,ଏବିଡିଓ ପ୍ରଦୀପ କୁମାର ବାଘ,ବନାଂଚଳ ଅଧିକାରୀ ଅତୁଲ୍ୟ ମହାନ୍ତୀ ପ୍ରମୁଖ ମଂଚାସିନ ଥିଲେ । ଉକ୍ତ ବୈଠକରେ ବାଲିଗୁଡା ବ୍ଲକର ସମସ୍ତ୍ ପଂଚାୟତର ଯୋଗ୍ୟ ହିତାଧିକାରୀଙ୍କୁ ଜଙ୍ଗଲଜମି ବଣ୍୍ଟନ କରାଯାଇଛି । ଏଥିରେ ବ୍ୟକ୍ତିଗତ ପଟ୍ଟା ୪୦୪୫ ଜଣଙ୍କୁ ସାମୁହିକ ଭାବେ ୨୩୮ ଜଣଙ୍କୁ ପଟ୍ଟା ଦିଆଯାଇଛି ।ଏହି ଜଙ୍ଗଲଜମି ପଟ୍ଟା କେବଳ ପଟା ନେଇ ଜାଗାକୁ ଘରକରି ରହି ପାରିବେ । ପରିବାରର ଉତାଧିିକାରୀମାନେ ପାଇପାରିବେ କିନ୍ତୁ ଏହି ଜଙ୍ଗଲଜମିକୁ ବିକ୍ରି କରିପାରିବେନିକି ସେମାନେ ଏହାକୁ ନେଇ ଋଣ ଆଣିପାରିପାରିବେ ନାହିଁ କି କୌଣସି ପ୍ରକାର ଚୁକ୍ତିନାମା ବି କରିପାରିବେ ନାହିଁ ବୋଲି ତହସିଲଦାର କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ମଙ୍ଗଳସର୍ମ୍ପସାରଣ ଅଧିକାରୀ ଗୌରଚରଣ ପାଡ୍ରା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ।