ନିର୍ବାଚନକୁ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା: ବିଭିନ୍ନ ସ୍ଥାନରୁ ଦଳୀୟ ପତାକା,ପୋଷ୍ଟର ଓ ହୋଡିଂ ଉଛେଦ

ବାଲିଗୁଡ଼ା,୧୯/୦୩/୨୪: (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଏବେ ରାଜ୍ୟରେ ରାଜନୀତି ସରଗରମ ହୋଇଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନକୁ କିଭଳି ସ୍ଵଚ୍ଛ ଓ ନିର୍ମଳ କରାଯିବ ସେଥିପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପ୍ରଶାସନ ପକ୍ଷରୁ ଏବେ ଠାରୁ ଆରମ୍ଭ ହେଲାଣି ପ୍ରସ୍ତୁତି । ପ୍ରଶାସନ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମିଳିତ ଭାବେ ବାଲିଗୁଡ଼ା ସହରର ବିଭିନ୍ନ ସର୍ବ ସାଧାରଣ ସ୍ଥାନରେ ଲାଗିଥିବା ଦଳୀୟ ପତାକା,ପୋଷ୍ଟର ଓ ହୋର୍ଡିଙ୍ଗକୁ ଉଛେଦ କରାଯାଉଛି । ଏଥିରେ ବାଲିଗୁଡ଼ା ତହସିଲଦାର ଡ.ବିଜୟ କୁମାର ସେଠୀଙ୍କ ସମେତ ଏନ୍ଏସି କର୍ମଚାରୀ ଓ ବାଲିଗୁଡ଼ା ଥାନା ପୋଲିସ୍ ସାମିଲ ହୋଇ ସହରର ବିଭିନ୍ନ ଛକ,ବସଷ୍ଟାଣ୍ଡ, ମେଡିକାଲ ଛକ ସହ ଗଳି କନ୍ଦି ବୁଲି ବୁଲି ଦଳୀୟ ପତାକା ସହ ହୋଡିଂ ଓ ପୋଷ୍ଟର ଗୁଡିକୁ ଉଛେଦ କରାଯାଇଛି ।

Leave a Reply

Your email address will not be published. Required fields are marked *