ଗଣପତି ଶିଶୁ ବିଦ୍ୟା ମନ୍ଦିରର ଜ୍ଞାନ ବିଜ୍ଞାନ ମେଳା

କଟକ ସଦର , ୩୦/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ଵମ୍ଵୁରୀ ଠାରେ ଥିବା ଅଗ୍ରଣୀ ଗଣପତି ଶିଶୁ ବିଦ୍ୟା ମନ୍ଦିରର ଦଶମ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଆଜି ଗୁରୁବାର ଦିନ ପ୍ରତିଷ୍ଠାତା ଅଧ୍ୟକ୍ଷ ଉମାକାନ୍ତ ଭୁୟାଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଵିଚାରକ ଭାବେ ଏଲ ଆଇ ସି ର ବରିଷ୍ଠ ଅଭିକର୍ତ୍ତା ଅଭୟ କୁମାର ମହାପାତ୍ର,ହଂସନାଥ ନୋଡାଲ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସ୍ନେହଲତା ସାମଲ ଓ ନିରୁପମା ଦାସ ଯୋଗ ଦେଇଥିଲେ। ଏଥିରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ୬୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ଅନ୍ୱେଷା ଜେନା, ସାଇ ଶୁଭମ୍ ପାତ୍ର,ଦେଵାଂଶୀ ଦାଶ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଧାନ ଆଚାର୍ଯ୍ୟା ଜୟନ୍ତୀ ପତି,ଵାଗଦେଵୀ ସାହୁ, ମଧୁସ୍ମିତା ସାହୁ, ମଧୁସ୍ମିତା ବେହେରା ପ୍ରମୁଖଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *