ଲକ୍ଷ୍ମୀପୁର୩୦/୧୧/୨୩(ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନା)-ଲକ୍ଷ୍ମୀପୁର ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଗିରିଜା ଚୌଧୁରୀଙ୍କ ସଭାପତିତ୍ବରେ ନୂଆ ଓଡ଼ିଶା,ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।କାର୍ୟ୍ୟକ୍ରମ ଆରମ୍ଭ ପୂର୍ବରୁ ଠାକୁରଙ୍କ ନିକଟରେ ଧୂପ ଦ୍ଵୀପ ଦେଇ ପୂଜାର୍ଚ୍ଚନା କରି ଅନୁଷ୍ଠିତ ଏହି କାର୍ୟ୍ୟକ୍ରମର ଶୁଭ ଉଦଘାଟନ କରା ଯାଇଥିଲା।
ସର୍ବ ପ୍ରଥମେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ପରେ କାର୍ୟ୍ୟ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ବକ୍ତା ଭାବେ କୋରାପୁଟ ପୂର୍ବତନ ସାଂସଦ ଝିନ ହିକ଼କା,ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା,ଲକ୍ଷ୍ମୀପୁର ମହାବିଦ୍ୟାଳୟର +୩ ବିଜୁ ମୁଦୁଲି,ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା,ଉପାଧ୍ୟକ୍ଷା ଆରତୀ କୁଲଦୀପ,ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ କୈଳାସ ଚନ୍ଦ୍ର ବେହେରା,ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି,ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମେରିକା,ମୋ କଲେଜ୍ ଅଭିଯାନର ସଦସ୍ୟ କୌଶଲ୍ୟା ହିକ଼କା ପ୍ରଭୁତି ଯୋଗ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି ନୂଆ ଓଡିଶା ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ୟ୍ୟକ୍ରମର ମୂଳ ଲକ୍ଷ ଏବଂ ମହତ୍ବ ଉଦ୍ଦେଶ୍ୟ ସମ୍ପର୍କରେ ମଞ୍ଚାସିନ ଅତିଥି ମାନେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ।ଏହି କାର୍ୟ୍ୟକ୍ରମକୁ ନୋଡାଲ ଅଫିସର ଡ.ଜଗନ୍ନାଥ ରଥ ପରିଚାଳନା କରିଥିଲା ବେଳେ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ସମେତ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।