ଚର୍ଚ୍ଚାର ଅବସାନ : ସୁଜାତା କାର୍ତ୍ତିକେୟନ / ରାଉତ ବିଜେଡିରେ ସାମିଲ

ଭୁବନେଶ୍ୱର,୨୫/୦୬/୨୦୨୬ (ଓଡ଼ିଶା ସମାଚାର)- ଶେଷରେ ସବୁ ଚର୍ଚ୍ଚାର ଅବସାନ ଘଟିଛି। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ପୂର୍ବତନ ପ୍ରଶାସିକା ସୁଜାତା କାର୍ତ୍ତିକେୟନ / ରାଉତ ବିଜେଡିରେ ସାମିଲ ହୋଇଛନ୍ତି । ବହୁତ ଦିନ ଧରି ସୁଜାତା ବିଜେଡିରେ ମିଶିବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା । ସୁଜାତା ଦଳରେ ମିଶିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରି କହିଲେ ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳରେ ମିଶିଲେ।

ଆସନ୍ତା ୨୦୨୯ ନିର୍ବାଚନରେ ମୁଁ ବିଜେଡିର ନେତୃତ୍ବ ନେବି । ବିଜୁ ଜନତା ଦଳରେ ମିଶିବା ପରେ ସୁଜାତା ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ଓ ବିଜେଡି କର୍ମୀଙ୍କ ଆଶୀର୍ବାଦରେ କାମ କରିବି। ନବୀନ ବାବୁଙ୍କ ନେତୃତ୍ୱରେ ଓଡିଶାବାସୀଙ୍କ ସେବା କରିବି। ୨୪ ବର୍ଷ ଧରି ଓଡିଶାର ସେବା ପାଇଁ ସୁଯୋଗ ମିଳିଥିଲା ନବୀନଙ୍କ ନେତୃତ୍ୱରେ ସୁଯୋଗ ମିଳିଥିଲା। ଆଜି ବିଜେଡିରେ ସେହିଭଳି ସୁଯୋଗ ମିଳିଛି।

ଆଜି ଶଙ୍ଖ ଭବନରେ ପହଞ୍ଚିବା ପରେ ସୁଜାତାଙ୍କୁ ବିଜେଡିର ଅନେକ ବରିଷ୍ଠ ନେତ୍ରୀ ତାଙ୍କୁ ପାଛୋଟି ନେଇଥିଲେ। ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ ପାଛୋଟି ନେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବାଲୁରିଆ ଗାଁର ଏକ ମଧ୍ୟବିତ ପରିବାରରୁ ସେ ଆସିଛନ୍ତି  । ୨୦୨୫ ମାର୍ଚ୍ଚରେ ସରକାରୀ ଚାକିରିରୁ ସେ ସ୍ୱେଚ୍ଛାକୃତ ଅବସର ନେଇଥିଲେ  ।

Leave a Reply

Your email address will not be published. Required fields are marked *