କଟକ ୦୪/୦୮/୨୦୨୬ (ଓଡିଶା ସମାଚାର / ଅଭୟ ଜେନା)- ବୃକ୍ଷ ହିଁ ଜୀବନ,ବୃକ୍ଷ ନାହିଁ ତ ଜୀବନ ନାହିଁ । ଏହି ଉକ୍ତିକୁ ଦୃଷ୍ଟିରେ ରଖି କଟକ ଅଲିଶାବଜାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଏହି ଅବସରରେ ଏକ ସଭା ବିଦ୍ୟାଳୟର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ୍ ଭାରତୀ ପ୍ରସାଦ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ,କର୍ପୋରେଟର ଦୀପାନଜଳି ସିଂ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଶ୍ରୀ ରୁବୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି, ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ ।
