ବିଜେଡ଼ି ନେତା ବିଳାସ ମଲ୍ଲିକ କୋଣଠେସା ହେବା ପଛର ନାୟକ

କଟକ ସଦର,୦୩/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା, ଜଣାଶୁଣା ସଂଗଠକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକଙ୍କୁ ଦଳ କୋଣଠେସା କରିବା ନେଇ ଆଲୋଚନା ହେଉଛି । ସମ୍ପ୍ରତି ପ୍ରଫୁଲ୍ଲ ସିଂହ କଟକ ଜିଲ୍ଲା ସଭାପତି ମନୋନୀତ ହେବା ପରଠାରୁ ବିଳାସ ସଂଗଠନ ଠାରୁ ଦୂରେଇ ରହିବା କିମ୍ବା ତାଙ୍କୁ ଦୂରେଇ ରଖାଯିବାକୁ ନେଇ କର୍ମୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ ଯେ ଜନୈକ ଅହଙ୍କାରୀ ପରାଜିତ ନେତା ବିଳାସ ଙ୍କ ବାଟରେ କଣ୍ଟା ସାଜିଥିବା ଆଲୋଚନା ହେଉଛି। ଏପରି ଜଣଙ୍କ ହୀନ ମାନସିକତା ପାଇଁ ଗଣମାନଙ୍କର କ୍ଷତି ଘଟୁଥିବାରୁ ଏଥିପ୍ରତି ରାଜ୍ୟ ଵିଜଦ ନେତୃତ୍ୱ ତୁରନ୍ତ ହସ୍ତକ୍ଷେପ କରିବାକୁ କର୍ମୀ ମହଲରୁ ଦାବି ହେଉଛି।

 

Leave a Reply

Your email address will not be published. Required fields are marked *