ନାବାଳିକାକୁ  ପ୍ରେମ କରି ହରଡ଼ଘଣାରେ ୩ ଛୁଆର ବାପା : ପ୍ରତାରଣା ଓ ନିର୍ଯାତନା ଅଭିଯୋଗରେ ଯୁବକ ଅଟକ

ନିରାକାରପୁର, ୧୯/୬/୨୦୨୪ (ଓଡ଼ିଶା ସମାଚାର)-  ପ୍ରେମରେ ଅନ୍ଧ ହୋଇ ଜଣେ ୩ ଛୁଆର ପିତା ଜଣେ ନାବାଳିକାକୁ ପ୍ରେମ କରି ଏବେ ହଟହଟା। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ନରଣଗଡ ହଡପଦା ଅଂଚଳରେ। ସୂଚନାଯୋଗ୍ୟ କି ହାଡ଼ପଦା ଗ୍ରାମର ଆଶୁତୋଷ ଚମ୍ପତି ( ୨୮) ନିକଟ ଗ୍ରାମ ଜଣେ ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖୁଥିବାବେଳେ ନାବାଳିକା ର ପରିବାର ଲୋକଙ୍କ ହାବୁଡ଼ରେ ପଡ଼ିଥିଲା। ଏହା ଦେଖି ନାବାଳିକା ପରିବାର ଲୋକେ ଆଶୁତୋଷ କୁ ବିବାହ କରିବାକୁ କହିଥିବାବେଳେ ଆଶୁତୋଷ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ। ଘଟଣା ସମ୍ପର୍କରେ ନାବାଳିକା ପରିବାର ତରଫରୁ ଜଂକିଆ ଥାନା ରେ ଲିଖିତ ଅଭିଯୋଗ ହେବାପରେ ଜଂକିଆ ପୋଲିସ ଯୁବକ ଜଣକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିବା ସହିତ କେସ ନଂ ୨୧୭/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *