ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ କମିଶନର ତଥା ସଚିବ ଙ୍କ ତିନି ଦିନିଆ ଜଗତସିଂହପୁର ଗସ୍ତ

ଜଗତସିଂହପୁର ୨୧/୦୭/୨୦୨୬ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ କମିଶନର ତଥା ସଚିବ  ଶ୍ରୀ ଗିରିଶ ଏସ. ଏନ,ଭା ପ୍ର ସେ ତିନି ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ପ୍ରଥମ ଦିନ ରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତିର୍ତ୍ତୋଲ ଶଂଖେଶ୍ୱର ରୋଡ ରେ ଥିବା ମହାନଦୀ ବ୍ରିଜ , ରଘୁନାଥପୁର, ତିର୍ତ୍ତୋଲ, କୁଜଙ୍ଗ ଏରସମା ବ୍ଲକ ନିମନ୍ତେ ମଞ୍ଜୁର ହୋଇଥିବା ମେଗା ପାଇପ ୱାଟର ପ୍ରୋଜେକ୍ଟ ବୁଲି ଦେଖିବା ସହ ଏହାର କାର୍ଯ୍ୟକାରିତା ସମ୍ପର୍କରେ ବିଭାଗିୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ମା ଶାରଳା ଙ୍କ ଦର୍ଶନ କରି ଏହାର ଉନ୍ନତିକରଣ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ସାରଳା ଦାସ ଙ୍କ ସମାଧି ପୀଠ, ବିରିଡ଼ି ବ୍ଲକ ଅନ୍ତର୍ଗତ ଯଶୋବନ୍ତ ଗାଦି ପରିଦର୍ଶନ କରି ପଞ୍ଚସଖା କରିଡ଼ର ଉନ୍ନତି କାର୍ଯ୍ୟ ର ସମୀକ୍ଷା କରିଥିଲେ।ଅପରାହ୍ନ ରେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜୟପୁର ଠାରେ ବୟନ ଗ୍ରାମ ଓ ଅମୃତା ଡେରି ଫାର୍ମ ପରିଦର୍ଶନ କରିଥିଲେ।  ସେଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମା ମାନଙ୍କ ସହ ଆଲୋଚନା କରିଥିଲେ। ବୟନ ଗ୍ରାମ ର କାରିଗର ମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରି ସୁବିଧା ଅସୁବିଧା ସଂପର୍କ ରେ ପଚାରି ବୁଝିଥିଲେ। ଭି ବି ଜି ରାମଜୀ ଯୋଜନା ଅନ୍ତର୍ଗତ ଏହାର ମରାମତି ସହ ନୂତନ ଗୃହ ନିର୍ମାଣ ନିମନ୍ତେ ପରାମର୍ଶ ଦେଇଥିଲେ।ବୟନିକା ଉତ୍କଳିକା ସହ ଯୋଗାଯୋଗ କରି କାର୍ଯ୍ୟକାରିତା ବୃଦ୍ଧି ସହ ବିକ୍ରୟ ବଜାର ସୃଷ୍ଟି ପାଇଁ ଗୁରୁତ୍ୱାରୋପ କରିଥିଲେ।

ସେହିପରି ଅମୃତା ଡେରି ଫାର୍ମ ରେ କାର୍ଯ୍ୟ କରୁଥିବା ମା ମାନଙ୍କ ସହ ଆଲୋଚନା କରିବା ସହ ଫାର୍ମ ର କାପାସିଟି ବୃଦ୍ଧି କରିବାକୁ  ପରାମର୍ଶ ଦେଇଥିଲେ।  ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ, ତିର୍ତ୍ତୋଲ ବି ଡି ଓ ଗିରିଜା ଶଙ୍କର ମଲ୍ଲିକ,ରଘୁନାଥପୁର ବି ଡି ଓ ବିରଞ୍ଚି ନାରାୟଣ ବେହେରା, ଡିପିସି ମିଶନ ଶକ୍ତି ସୌମ୍ୟ ରଞ୍ଜନ ବିଶ୍ୱାଳ, ଡେପୁଟି ସି ଇ ଓ ଓରମାସ ମଧୁସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଆସନ୍ତା କାଲି ପୂର୍ବାହ୍ନ ରେ ଗାନ୍ଧୀଛକ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ପରେ ପାରାଦ୍ଵୀପ ଗସ୍ତ କରି ବ୍ଲୁ ଫ୍ଲାଗ ବିଚ୍, IOCL, JSW ପ୍ଲାଣ୍ଟ ସହ ଟ୍ରକ୍ ଟର୍ମିନାଲ ଆଦି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ୨୩ ତାରିଖ ଦିନ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ  ଜିଲ୍ଲା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *