କିଶନନଗର ରଜ ମହୋତ୍ସବ ର ଦିତୀୟ ସଂଧ୍ୟା,ମନ ମୋହିଲେ କଣ୍ଠଶିଳ୍ପୀ ତାରିକ୍ ଅଜିଜ୍,ଝୁମିଲେ ଦର୍ଶକ

କଟକ ସଦର ,୧୫/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ହାଟ ତୋଟା ଠାରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଚାରିଦିନିଆ ରଜ ମହୋତ୍ସବ ଦିତୀୟ ଦିନ ଅର୍ଥାତ୍ ଶୁକ୍ରବାର ପହିଲି ରଜ ସଂଧ୍ୟାରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇ ମା’ ମାଟି ରଜ ଓ କୃଷିର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସାଂସଦଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ବିଶିଷ୍ଟ କଣ୍ଠଶିଳ୍ପୀ ମହମ୍ମଦ ତାରିକ ଅଜିଜ୍ ଓ ଗୃପ୍ ଦର୍ଶକଙ୍କ ମନ ମୋହି ଥିବା ବେଳେ ହଜାର ହଜାର ଦର୍ଶକ ତାଙ୍କ ଗୀତରେ ଝୁମି ଉଠିଥିଲେ।

Leave a Reply

Your email address will not be published. Required fields are marked *