ମାଟି ଅତଡା ଖସି ୩ ମହିଳା ଶ୍ରମିକ ଙ୍କ ମୃତ୍ୟୁ

କୋରାପୁଟ, ୧୫/୬/୨୦୨୪ (ଓଡ଼ିଶା ସମାଚାର)-କୋରାପୁଟରୁ ଆସିଛି ଦୁଃଖଦ ଖବର । କୋରାପୁଟ କୋଲାବ ଡ୍ୟାମ ନିକଟସ୍ଥ ମାଟିଖାଲ ପାହାଡ଼ରୁ ମାଟି ଅତଡା ଧସି ତିନି ଜଣ ମହିଳା ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ମାନେ ହେଲେ ସ୍ଥାନୀୟ ସଲମନଗୁଡା ଗାଁର ଚମ୍ପା ବଡ଼ନାୟକ, ପୂର୍ଣ୍ଣି ବଡ଼ନାୟକ, ଓ ସାନମତି ଜାନୀ। ଆହତ ଜଣକ ହେଲେ ଚମ୍ପା ବଡ଼ ନାଏକ।

ସୂଚନା ଅନୁସାରେ ଗାଁର ୧୦ ଜଣ ପାହାଡ଼ରୁ ମାଟି ନେବା ପାଇଁ ଆସିଥିଲେ। ସେମାନେ ମାଟି ଖୋଳୁଥିବା ବେଳେ ହଠାତ୍ ପାହାଡ଼ ଉପରୁ ଏକ ବଡ଼ ଅତଡା ଧସିଥିଲା । ଏଥିରେ ଚାପି ହୋଇ ତିନି ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ୩ ଜଣଙ୍କ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ପୋଲିସ, ଓଡ଼ରାଫ ଟିମ୍ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ୟ୍ୟରେ ଲାଗିଥିଲେ ।

Leave a Reply

Your email address will not be published. Required fields are marked *