ପୁରୀ,୩୧/୧୦/୨୦୨୪ (ଓଡ଼ିଶା ସମାଚାର)-ଗତକାଲି ରାତିରେ ପୁରୀ ସଦର ସମଙ୍ଗରାରେ ଘଟିଛି ଡ଼ବଲ ମର୍ଡର । ଗତକାଲି ରାତିରେ ବାପା ରବି ସ୍ବାଇଁ ଏବଂ ପୁଅ ପ୍ରକାଶ ସ୍ବାଇଁଙ୍କୁ ହତ୍ୟା କରାଯାଇଥିଲା । ଜମିବାଡ଼ି ବିବାଦ କୁ ନେଇ ଏହି ହତ୍ୟା କାଣ୍ଡ ଘଟିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ପୋଲିସ୍ ୪ ଅଭିଯୁକ୍ତ ଜଟାଧାରୀ ପ୍ରଧାନ, ବଳିଆ ପ୍ରଧାନ, ଜଗା ପ୍ରଧାନ, ରତନି ପ୍ରଧାନଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ନାବାଳକ ବୋଲି ଜଣାପଡିଛି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଏବଂ ଇଟାକୁ ଜବତ କରିଛି। ଏ ନେଇ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଶୀଳ କୁମାର ମିଶ୍ର ସୂଚନା ଦେଇଛନ୍ତି। ଗତ ୬ ମାସ ହେଲା ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ଗତକାଲି ରାତିରେ ବାପ-ପୁଅ ଘରକୁ ଫେରୁଥିବା ବେଳେ ୫ଜଣ ଅଭିଯୁକ୍ତ ଅତର୍କିତ ଭାବେ ଆକ୍ରମଣ କରିଥିଲେ।ଏଥିରେ ବାପ-ପୁଅ ଙ୍କର ମୃତ୍ୟୁ ହୋଇଥିଲା ।