କେନ୍ଦ୍ରାପଡ଼ା, ୦୯/୦୩/୨୦୨୬ (ଓଡ଼ିଶା ସମାଚାର)- ସାଧାରଣ ଲୋକଙ୍କ ଅଭିଯୋଗ ଗୁଡିକର ଶୀଘ୍ର ସମାଧାନ ଓ ଶାସନ ସେବାକୁ ଗ୍ରାମସ୍ତରରେ ସୁଦୃଢ଼ କରିବା ପାଇଁ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ବ୍ଲକରେ ଗ୍ରାମ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ୧୧. ୦୩. ୨୦୨୬ (ବୁଧବାର) ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକେ ନିଜର ଅଭିଯୋଗ ଗୁଡିକୁ ସିଧାସଳଖ ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିପାରିବେ ଓ ବିଭିନ୍ନ ସରକାରୀ ଯୋଜନା ତଥା ସେବା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇପାରିବେ ।
ଏଠାରେ ସୂଚନା ଯୋଗ୍ୟ ଯେ ଆଳି ବ୍ଲକର ପଦାନିପାଳ, ରାଜନଗର ବ୍ଲକର ତାଳଚୁଆ, ରାଜକନିକା ବ୍ଲକର କଂଟାପଡ଼ା,ପଟ୍ଟାମୁଣ୍ଡାଇ ବ୍ଲକର ପେଣ୍ଠପାଳ,ମହାକାଳପଡ଼ା ବ୍ଲକର ସୁନିତି, ମାର୍ଶାଘାଇ ବ୍ଲକର ଦସିପୁର, ଗରଦପୁର ବ୍ଲକର ପଦ୍ମପୁର, ଡେରାବିଶ ବ୍ଲକର ବାରିମୂଳ, କେନ୍ଦ୍ରାପଡ଼ା ବ୍ଲକର କୁତରଙ୍ଗ ପଂଚାୟତରେ ଅନୁଷ୍ଠିତ ହେବ ଉକ୍ତ କାର୍ଯ୍ୟକ୍ରମରେ ସମ୍ପର୍କିତ ବ୍ଲକ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି ତାହାର ଆବଶ୍ୟକ ସମାଧାନ କରିବେ । ତେଣୁ ଏସମ୍ପର୍କରେ ଗ୍ରାମ ପଂଚାୟତର ସାଧାରଣ ଜନତାଙ୍କୁ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜର ଅଭିଯୋଗ ପ୍ରଦାନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
