ଦେବଗଡ, ୧୧/୬/୨୦୨୪ (ଓଡ଼ିଶା ସମାଚାର)- ଦେବଗଡ ଜିଲ୍ଲା ରିଆମାଳ ଥାନା କତ୍ରାପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ନିଜ ଜନ୍ମକଲା ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ। ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମୃତ ମହିଳା ଜଣକ କୁନ୍ତଳା କିଶାନ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ସୋମବାର ରାତିରେ କୁନ୍ତଳାଙ୍କ ସହ ପୁଅ ସୁରେଶର କୌଣସି କଥାକୁ ନେଇ ବଚସା ହୋଇଥିଲା। କ୍ରମଶଃ ଏହି ଝଗଡା ଉଗ୍ର ରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସୁରେଶ ମାଆ କୁନ୍ତଳା ଙ୍କୁ ଶୋଇଥିବା ଅବସ୍ଥାରେ ଏକ ଟାଙ୍ଗିଆରେ ହାଣି ଦେଇଥିଲା। ପରେ ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ଜାଣି ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
ଟାଙ୍ଗିଆରେ ହାଣି ମାଆକୁ ହତ୍ୟା କଲା ପୁଅ, ଅଭିଯୁକ୍ତ ପୁଅ ଅଟକ
