ମା’ ତାରେଣୀଙ୍କ ଚତୁର୍ଥ ଜନ୍ମବାର୍ଷିକୀ ଉତ୍ସବ

ଭୁବନେଶ୍ୱର,୨୧/୦୪/୨୦୨୬(ଓଡ଼ିଶା ସମାଚାର)- ମା’ ତାରେଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ୟୁନିଟ୍-୩ସ୍ଥିତ ଖାରବେଳ ନଗର ଅଂଚଳରେ ଥିବା ମା’ ତାରେଣୀଙ୍କର ଚତୁର୍ଥ ଜନ୍ମବାର୍ଷିକୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମନ୍ଦିରର ପୂଜକ ସନାତନ ନାୟକ ଓ ବସନ୍ତ ରଥ ଛେନାପୋଡ଼ କାଟି ମା’ ତାରେଣୀଙ୍କ ଜନ୍ମବାର୍ଷିକୀ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତା ଭକ୍ତମାନଙ୍କୁ ଜଣାଇଥିଲେ ।

ଟ୍ରଷ୍ଟର ସଭାପତି ବିଦ୍ୟାଧର ମିଶ୍ର, ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର ଏବଂ କୋଷାଧ୍ୟକ୍ଷ ଈଶ୍ୱର ମୂର୍ତିଙ୍କ ଆବାହକତ୍ୱରେ ଏହି ଜନ୍ମବାର୍ଷିକୀ ଉତ୍ସବରେ ପୂର୍ଣ୍ଣଚନ୍ଦ୍ର ବରାଳ, ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ଭୁବନ ମୋହନ ରଥ, ଦେବାଶିଷ ଘୋଷ, ବିଶ୍ୱରଞ୍ଜନ ମହାନ୍ତି, କୃଷ୍ଣଚନ୍ଦ୍ର ମହାପାତ୍ର, ବୀରେନ୍ଦ୍ର ମିଶ୍ର, ଜ୍ଞାନଦିପ୍ତୀ ପଣ୍ଡା, ସୁଧାଂଶୁ ଶେଖର ମହାନ୍ତି, ଲଳିତ ବେହେରା, ଲକ୍ଷ୍ମଣ ରେଡ୍ଡି, ରଶ୍ମିରଞ୍ଜନ ପାତ୍ର, ଉଷାମଣି ବରାଳ, ସୁଚିସ୍ମିତା ରାଉତ, କଳ୍ପନା ମହାନ୍ତି, ସଂଘମିତ୍ରା ଦାସ, କୁମୁଦିନୀ ନାୟକ, ସ୍ୱର୍ଣ୍ଣଲତା ମହାନ୍ତି, ମମତା ବିଶ୍ୱାଳ, ଅନୁରାଧା ମିଶ୍ର, କାଜଲ ରେଡ୍ଡି, ବୀଣାପାଣି ମହାନ୍ତି ଓ ମାହେଶ୍ୱରୀ ଆ•ର୍ଯ୍ୟ ପ୍ରମୁଖ ଶତାଧିକ ଭକ୍ତ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *