ଶୋକ ସମାଚାର : ଧର୍ମ ପରାୟଣ ମହିଳାଙ୍କ ପରଲୋକ

ଯାଜପୁର, ୧୯/୦୧/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଙ୍କ ମା ଅନ୍ନପୂର୍ଣ୍ଣା ପଟ୍ଟନାୟକ ଙ୍କ ୮୭ ବର୍ଷ ବୟସରେ ଯାଜପୁର ଠାରେ ଗତ ୧୩ ତାରିଖ ପବିତ୍ର ମକର ସଂକ୍ରାନ୍ତି ତିଥିରେ ପରଲୋକ ହୋଇଯାଇଛି। ସ୍ବର୍ଗତ ପଟ୍ଟନାୟକ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ସେ ଜଣେ ପରୋପକାରୀ ଓ ଧର୍ମ ପରାୟଣ ମହିଳା ଥିଲେ। ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାର ଠାରେ ସମ୍ପନ୍ନ ହୋଇଥିଲା। ମୃତ୍ୟୁ ସମୟରେ ତାଙ୍କର ପୁତ୍ର, କନ୍ୟା, ଜ୍ୱାଇଁ, ପୁତ୍ରବଧୂ, ପୁତୁରା, ନାତି, ନାତୁଣୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପଟ୍ଟନାୟକ ଙ୍କ ନିଜ ଜନ୍ମସ୍ଥାନ କଟକ ଜିଲ୍ଲା ମାହାଙ୍ଗା ର ପଲ୍ଲୀସାହି ଠାରେ କ୍ରିୟା କର୍ମାଦି କାର୍ୟ୍ୟ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *