କେନ୍ଦ୍ର ସରକାରଙ୍କ ଜିଜିୟା କର : ଗରିବ, ମଧ୍ୟବିତ୍ତଙ୍କୁ ଲୁଟ ଯୋଜନା

                              ୨୮% ରୁ ୩୫% କୁ ଜିଏସଟି ସ୍ଲାବ ବୃଦ୍ଧି ନିଷ୍ପତି ଅଗଣତାନ୍ତ୍ରିକ

ଭୁବନେଶ୍ୱର, ୦୪/୧୨/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ର ସରକାର ଆସନ୍ତା ବର୍ଷ ଜାନୁଆରୀ ୧ ରୁ ଦେଶରେ ପ୍ରଚଳିତ ୨୮% ଜିଏସଟି କୁ ୩୫% କୁ ବୃଦ୍ଧି କରିବାକୁ ଯାଉଛନ୍ତି । ଏହା ଅଗଣତାନ୍ତ୍ରିକ ଏବଂ  ଗରିବଙ୍କ ଉପରେ ଜିଜିୟା କର ବୋଲି କହିଛି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି । ପାର୍ଟିର ରାଜ୍ୟ ସଭାପତି ଶିବ ହାତି ଯାଦବ କହିଛନ୍ତିଯେ ଜିଏସଟି ପ୍ରଚଳନ ହେବା ପରେ ସାଧାରଣ ଲୋକ ଟିକସ ଦେଇଦେଇ ନୟାନ୍ତ ହେଲେଣି।ଦେଶର ଆର୍ଥିକ ସ୍ଥିତିରେ ଅବନତି ଘଟିଛି । ମଧ୍ୟବିର ପରିବାରର ରୋଜଗାରର ପ୍ରାୟ ୫୦% ଟିକସରେ ଯାଉଛି। ବର୍ତ୍ତମାନ ଲୋକମାନେ ବିଭିନ୍ନ ଉତ୍ପାଦ କ୍ରୟ ଉପରେ ୩% ରୁ ୨୮% ପର୍ଯ୍ୟନ୍ତ ଜିଏସଟି ଦେଉଛନ୍ତି। ଜିଏସଟି ରେ କେନ୍ଦ୍ର ସରକାର ରାଜକୋଷ ଭରଣା କରୁଛନ୍ତି। ନଭେମ୍ବର  ମାସରେ କେନ୍ଦ୍ର ସରକାର କେବଳ ଜିଏସଟି ରୁ ୧.୮୨ ଲକ୍ଷ କୋଟି ଆଦାୟ କରିଛନ୍ତି। ସେହିପରି ୨୩-୨୪ ଆର୍ଥିକ ବର୍ଷରେ ଏହା ୨୦.୧୮ ଲକ୍ଷ କୋଟି ରହିଛି । ଉଚ୍ଚ ଜିଏସଟି ଟିକସ ଯୋଗୁଁ ବଜାର ମହଙ୍ଗା ହୋଇଛି ସାଧାରଣ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ଲୋକଙ୍କ କ୍ରୟ ଶକ୍ତି ହ୍ରାସ ଘଟିଛି ଦେଶରେ ବଢ଼ି ଚାଲିଛି ମୁଦ୍ରାସ୍ତୀତି ।

#    ୨୦୨୩-୨୪ରେ ଜିଏସଟି ଆଦାୟ ୨୦.୧୮ ଲକ୍ଷ କୋଟି ଟଙ୍କା

#     ୧ ତାରିଖରୁ କିଛି ଉତ୍ପାଦ ଉପରେ ଆଦାୟ ହେଉଥିବା ୨୮% ରୁ ୩୫%କୁ ବୃଦ୍ଧି

ଦେଶର ବେରୋଜଗାରୀ ସାଙ୍ଗକୁ ସାଧାରଣ ମଧ୍ୟବିତ୍ତ ଲୋକଙ୍କ ଆର୍ଥୀକ ସ୍ଥିତି ଦୁର୍ବଳ ଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହାକୁ ୨୪ ଲକ୍ଷ କୋଟିରେ ପହଞ୍ଚାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନା ଗରିବ ମାରଣ ନୀତି ବୋଲି କହି ଭାଜପା ସରକାରକୁ କଡା ସମାଲୋଚନା କରିଛି ସମାଜବାଦୀ ପାର୍ଟି ।

ଅତ୍ୟାବଶ୍ୟକ ସାମଗ୍ରୀର  ଆକାଶଛୁଆଁ ଦରବୃଦ୍ଧି ରେ ଜନତା ତ୍ରାହି ତ୍ରାହି ଡାକୁଥିଲା ବେଳେ  କେନ୍ଦ୍ର  ସରକାର ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ଆଳରେ ବିଭିନ୍ନ ସାମଗ୍ରୀ ଉପରେ ଲଗାଉଥିବା ଉଚ୍ଚ ଟିକସ ଏବେ ଖାଉଟିଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। କିଛି ମାସ ହେବ ବଜାର ଚାହିଦା କମ୍ ରହୁଥିବା ଯୋଗୁଁ ଅର୍ଥନୀତି ଧୂମା ପଡିଯାଇଛି। ଏହାସତ୍ତ୍ୱେ ସରକାର ନୂଆ ନୂଆ ଟିକସ ଲାଗୁ କରି ରାଜସ୍ବ ଭଣ୍ଡାର ଭରିବେ ବୋଲି ସୂଚନା ମିଳିଛି ଏହା ଅଗଣତନ୍ତ୍ରିକ ବୋଲି କହିଛି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି   । ବର୍ତ୍ତମାନ ଜିଏସଟି ରେ ୪ଟି ସ୍ଲାବ ରହିଥିବା ବେଳେ ଏବେ ଏଥିରେ ୩୫ ପ୍ରତିଶତର ଆଉ ଏକ ନୂଆ ସ୍ଲାବ ଯୋଡିବାକୁ  କେନ୍ଦ୍ର ସରକାର ଷଡଯନ୍ତ୍ର କରୁଛନ୍ତି  ଯାହାଦ୍ୱାରା ଦେଶର କୃଷକ, ଶ୍ରମିକ ଏବଂ ଗରିବ ମଧ୍ୟବିତ୍ତ ଶ୍ରେଣୀର ଲୋକ ବିଶେଷ ଭାବରେ ପ୍ରଭାବିତ ହେବେ ।

ଦେଶରେ ଏବେ ଉଚ୍ଚ ମୁଦ୍ରାସ୍ଥିତିରେ ବଜାର ମହଙ୍ଗା। ସମ୍ପ୍ରତି ମୁଦ୍ରାସ୍ଥିତି ୬ ପ୍ରତିଶତ ଉପରେ ରହିଛି। ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ଧାର୍ଯ୍ୟ ସୀମା ବାହାରେ । ପଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ପରିସ୍ଥିତିକୁ ସଙ୍ଗୀନ କରିଛି। ଫଳରେ ମୋଟ ଘରୋଇ ଉତ୍ପାଦ (ଜିଡିପି) କ୍ଷେତ୍ରରେ ଦେଶକୁ ବଡ଼ ଝଟ୍କା ଲାଗିଛି। ବିଶ୍ବର ଅନେକ ରେଟିଂ ଏଜେନ୍ସି ଚଳିତ ଆର୍ଥିକବର୍ଷ ପାଇଁ ଭାରତର ଅଭିବୃଦ୍ଧି ଆହୁରି ନିମ୍ନଗାମୀ ହେବ ବୋଲି ଆକଳନ କରିଛନ୍ତି ।

ଅନ୍ୟପଟେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବଜାର ଚାହିଦା ହ୍ରାସ ଘଟିବାରେ ଲାଗିଛି। ଗୋଟିଏ ପଟେ ବେକାରି ବଢୁଛି ଅନ୍ୟ ପଟେ ଲୋକଙ୍କ ଆୟ କମୁଛି। ଏଭଳି ପରସ୍ଥିତିରେ କେନ୍ଦ୍ର ସରକାର ପାନୀୟ ବୋତଲଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ବୀମା ପ୍ରିମିୟମ୍ ପର୍ଯ୍ୟନ୍ତ ସବୁଥ୍ରେ ଯେଉଁଭଳି ଭାବେ ଟିକସ ଅସୁଲ କରୁଛନ୍ତି ସେଥିରେ ମଧ୍ୟବିତ୍ତ ଓ ଗରିବ ପରିବାର ପାଇଁ ଚଳିବା ମୁସ୍କିଲ ହୋଇପଡିଛି ।ଚଳିତମାସ ୨୧ରେ ରାଜସ୍ଥାନର ଜଏସାଲେମାରରେ ବସିବାକୁ ଯାଉଛି ଜିଏସଟି ପରିଷଦର ବୈଠକ। ଏଥିରେ  କିଛି ସାମଗ୍ରୀ ଉପରେ ୩୫ %  ଟିକସ ଲାଗୁ ପାଇଁ ଯୋଜନା  କରିବା ଦେଶର ଗରିବ ଓ ମଧ୍ୟବିତ୍ତ ଲୋକଙ୍କୁ ଶୋଷଣ କରିବାକୁ ପ୍ରୟାସ ବୋଲି କହିଛି ସମାଜବାଦୀ ପାର୍ଟି ।

Leave a Reply

Your email address will not be published. Required fields are marked *