ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିବ ଜୁନ୍‌‌ ୧୩ରୁ

ଭୁବନେଶ୍ୱର,୧୧/୬/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତା ୧୩ତାରିଖରୁ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିବ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିବ । ୨୦୨୦ ମାର୍ଚ୍ଚ ମାସ କରୋନା କାଳରୁ ସାମ୍ବାଦିକ ମାନେ ଲୋକସେବା ଭବନକୁ ଯିବା ଉପରେ କଟକଣା ଲଗାଇଥିଲେ ବିଜେଡି ସରକାର।  ଏହାକୁ ନେଇ ଅନେକ ସମୟରେ ବିଜେପି ପ୍ରତିବାଦ କରିବା ସହ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ମିଳିବା ଉଚିତ ବୋଲି ଦାବି କରିଥିଲା। ଜୁନ ୧୨ରେ ରାଜ୍ୟରେ ବିଜେପି ସରକାର ଗଠନ ହେବ। ୧୨ରେ ନୂଆ ସରକାର ଶପଥ ନେବା ପରେ ୧୩ରେ ସାମ୍ବାଦିକ ମାନଙ୍କ ଲାଗି ଲୋକସେବା ଭବନ ଖୋଲା ରହିବ।

Leave a Reply

Your email address will not be published. Required fields are marked *