ବଡ଼ବିଲ ପୋଲିସ ର ଏକ ନୂଆ ପ୍ରୟାସ ଜନ ସମ୍ପର୍କ ମେଳା ଓ ସ୍ୱାସ୍ଥ୍ୟ ପରୀକ୍ଷା।

ବଡ଼ବିଲ,୩୦/୧୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲାର ବଡ଼ବିଲ ପୋଲିସ ଦ୍ୱାରା ଭଦ୍ରା ସାହି ପଞ୍ଚାୟତ କାଶିଆ ଗ୍ରାମ ରେ ପୋଲିସ ଓ ଜନତା ଙ୍କ ମଧ୍ୟରେ କିପରି ସୁ ସମ୍ପର୍କ ରହିବ ଏହାକୁ ନେଇ ବଡ଼ବିଲ ପୋଲିସ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଓ ଜନ ସମ୍ପର୍କ ମେଳା ଆୟୋଜନ କରିଥିଲା । ଏହି କାର୍ୟ୍ୟକ୍ରମ ରେ ଆଖ ପାଖ ଗ୍ରାମ ରୁ ଦୁଇ ହଜାର ରୁ ଅଧିକ ଲୋକ ଯୋଗ ଦେବା ସହ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ସହ ଶୀତ ବସ୍ତ୍ର ପାଇଥିଲେ ।

ଏହି ମେଳା କୁ ଏସଡିପିଓ ଶ୍ରୀ ଦେବନ୍ଦ୍ର ନାଥ ପିଙ୍ଗୁଆ ଉଦଘାଟନ କରିଥିଲେ । ବଡ଼ବିଲ ଥାନା ଅଧିକାରୀ ଶ୍ରୀ ଅଶୋକ କୁମାର ନୟାକ ,ବଡ଼ବିଲ ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନୟାକ.କ୍ଷୀରୋଦ ମହାନ୍ତ, ଅମ୍ବୁଜ ଶତପଥି, ଭଗବାନ ଛାତମ୍ବା ଉପସ୍ଥିତ ରହିଥିଲେ। ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼କ୍ଟର ଶ୍ରୀ ସ୍ଵଭାଗ୍ୟ ରଶ୍ମି ରଞ୍ଜନ ସାମଲ ଆସିଥିବା ଜନସାଧାରଣ ଙ୍କ ର ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରିବା ସହ କମ୍ବଳ ଓ ପଢିବା ପାଇଁ ଖାତା ପେନ୍ ବହି ମାଗଣାରେ ଦିଆ ଯାଇଥିଲା।

Leave a Reply

Your email address will not be published. Required fields are marked *