ମଠକରଗୋଳା ମହାବିଦ୍ୟାଳୟ ରେ ବିଶ୍ଵ ପରିବେଶ ଦିବସ ପାଳିତ

ଭୁବନ, ୦୫/୬/୨୦୨୪ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ବରିଷ୍ଠ ଅଧ୍ୟାପକ ପ୍ରଫେସର ଅଜୟ କୁମାର ଦାସ ଉଦଘାଟନ କରି ବିଶ୍ଵ ପରିବେଶ ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ରୋକିବାକୁ ହେଲେ ବୃକ୍ଷ ରୋପଣ ହିଁ ଏକମାତ୍ର ବିକଳ୍ପ ତଥା ପନ୍ଥା ବୋଲି ମତବ୍ୟକ୍ତ କରିଥିଲେ।ସରକାରୀ ଧନ୍ଦା ମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୂଚନା ଓ ପ୍ରଯୁକ୍ତି ବିଭାଗ ଅଧ୍ୟାପକ ପ୍ରଫେସର ରଶ୍ମି ରଞ୍ଜନ ମହାପାତ୍ର ବିଶ୍ଵ ପରିବେଶ ଦିବସ ୨୦୨୪- ଥିମ୍ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫେସର ଜିତେନ୍ ରାଉତ, ଫକିର ମୋହନ ଲେଙ୍କା,ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରଫେସର ପରେଶ୍ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ପରିବେଶ ପ୍ରଦୂଷଣ ର କାରଣ ଓ ନିରାକରଣ ସମ୍ପର୍କରେ ସ୍ବେଛାସେବୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶ ଙ୍କ ଦ୍ଵାରା ପ୍ରେରିତ ପରିବେଶ ବାର୍ତ୍ତା ” ବୃକ୍ଷ ହିଁ ଦେବତା,ସେ ଆମ ଭାଗ୍ୟ ବିଧାତା ” ପାଠ କରାଯାଇଥିଲା । କାର୍ଯ୍ୟକ୍ରମ ଅଧିକାରୀ ପ୍ରଫେସର ପ୍ରଦୀପ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *