ପାରାଦ୍ୱୀପ ମହାବିଦ୍ୟାଳୟରେ ତ୍ରି-ଦିବସୀୟ ଆନ୍ତଃ ଜିଲାସ୍ତରୀୟ ଏନଏସଏସ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର

ପାରାଦ୍ୱୀପ,୧୬/୦୩/୨୦୨୪ (ଓଡ଼ିଶା ସମାଚାର)- ପାରାଦ୍ୱୀପ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ (ଏନଏସଏସ) ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି । ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡଃ.ବ୍ରଜନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ଜାତୀୟ ସେବା ସଂସ୍ଥା ବିଷୟରେ ଧାରଣା ଦେଇଥିଲେ ଏବଂ ଅଧୁନା ସମାଜରେ ସ୍ୱେଚ୍ଛାସେବୀ ମାନଙ୍କୁ ନେତୃତ୍ୱ ବିକାଶ ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ସସ୍ମିତା ଶତପଥୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଗଣେଶ୍ୱର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଶିବିରରେ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲାର ପ୍ରାୟ ୧୦୦ ଜଣ ସ୍ୱେଚ୍ଛାସେବୀ ଯୋଗଦେଇ ପ୍ରଶିକ୍ଷଣ ନେବାର ସୁଯୋଗ ପାଇଛନ୍ତି । ଶେଷରେ ପାରାଦ୍ୱୀପ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର୍ ଶ୍ରୀମତୀ ସଂଘମିତ୍ରା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରକାଶ ଥାଉକି ଉକ୍ତ ଶିବିର ୩ ଦିନ ଧରି ଚାଲିବ ଏବଂ ଏହାକୁ ଇଂରାଜୀ ଅଧ୍ୟାପକ ଶାଶ୍ୱତୀ ପଟ୍ଟନାୟକ ସଂଯୋଜନା କରିଥିଲେ  ।

Leave a Reply

Your email address will not be published. Required fields are marked *