ପିପିଲି,୧୫ /୧୧/୨୦୨୪ (ଓଡ଼ିଶା ସମାଚାର)-ବିଶିଷ୍ଟ ରାଷ୍ଟ୍ର ନାୟକ ତଥା ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର୍ ଲାଲ୍ ନେହେରୁ ଙ୍କ ଜନ୍ମ ଜୟନ୍ତୀ ସ୍ଥାନୀୟ ଜୱାହର ବିଦ୍ୟାପୀଠ ଠାରେ ପାଳିତ ହୋଇଯାଇଛି । ପିପିଲି ସଚେତନ ନାଗରିକ ମଂଚ ଏବଂ ଅମିତ୍ ଇଣ୍ଡିଆ ଚାରିଟାବେଲ୍ ଟ୍ରଷ୍ଟ ମିଳିତ ସହଯୋଗରେ ଆଇନ ଜିବି ସୁରେଶ୍ ରଥ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ବସନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ନେହେରୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ. । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭଗବାନ ସେଠି, ରମେଶ ଚନ୍ଦ୍ର ଶତପଥୀ ଜଗତ ଚନ୍ଦ୍ର ଦାସ, ପ୍ରଫୁଲ୍ଲ କୁମାର ଦାସ, ଜୱାହର ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ପୀତବାସ ସେଠି, ରମାକାନ୍ତ ନାୟକ, ଶିକ୍ଷାବିତ୍ ଧୀରେନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ନେହେରୁ ଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ. । ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଅର୍ଣ୍ଣପୂରର୍ଣା ଜେମା ଙ୍କୁ ନେହେରୁ ସ୍ମାରକୀ ସମ୍ମାନ ରେ ସମ୍ମାନିତ କରାଯାଇ ଥିବା ବେଳେ ସୁଦାମ ଖୁଣ୍ଟିଆ, ନିରଞ୍ଜନ ପ୍ରଧାନ ଜୟନ୍ତ ବାରିକ, ଲାଲା ବ୍ରଜ ବିହାରୀ ପ୍ରସାଦ ରାୟ, ସାଗର ନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଶେଷରେ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।