କାମାକ୍ଷାନଗର ବାସୀଙ୍କୁ ବିଜୟ ଉତ୍ସର୍ଗ କଲେ ନବ ନିର୍ବାଚିତ ବିଧାୟକ ଶତ୍ରୁଘ୍ନ ଜେନା

ଭୁବନ, ୦୫/୬/୨୦୨୪ (ଓଡ଼ିଶା ସମାଚାର)- କାମାକ୍ଷାନଗର ର ନବ ନିର୍ବାଚିତ ବିଜେପି ବିଧାୟକ ଶତ୍ରୁଘ୍ନ ଜେନା ତାଙ୍କର ବିଜୟକୁ ସମଗ୍ର କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀ ବାସୀଙ୍କୁ ଉତ୍ସର୍ଗ କରିଛନ୍ତି । ଭୁବନ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରି ବିଧାୟକ ଶ୍ରୀଯୁକ୍ତ ଜେନା କହିଥିଲେ ଯେ,୧୯୮୫ ମସିହାରେ କାମାକ୍ଷା ନଗର ରୁ ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ବିଜୟ ଲାଭ କରିଥିଲେ । ଦୀର୍ଘ ୩୯ ବର୍ଷ ପରେ ଏଇ କାମାକ୍ଷା ନଗର ମାଟି ମୋତେ ବିଜୟୀ କରିଥିବାରୁ ଏ ବିଜୟ ଭୁବନ – କାମାକ୍ଷା ନଗର ର ସମସ୍ତ ଗୁରୁଜନ,ମା ମାଉସୀ ଓ ଭାଇ ଭଉଣୀଙ୍କ ବିଜୟ,ବିଜେପି କାର୍ଯ୍ୟକର୍ତ୍ତା ଙ୍କ ବିଜୟ ବୋଲି ମତବ୍ୟକ୍ତ କରିଥିଲେ।  ମୁଁ ସର୍ବଦା ରାଜନୀତିରୁ ଉର୍ଦ୍ଧ୍ବରେ ରହି କାର୍ଯ୍ୟ କରେ । ଆଉ ସେଥିପାଇଁ ୧୯୯୭ ରୁ ୨୦୧୨ ପର୍ଯ୍ୟନ୍ତ ୧୫ ବର୍ଷ ଭୁବନ ବ୍ଲକ ଅଧ୍ୟକ୍ଷ ହୋଇ ଲୋକଙ୍କ ସେବା କରିଥିଲି । କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀ ରେ ସମସ୍ତ ଅଧୁରା କାର୍ଯ୍ୟ ଶେଷ ହେବ ଓ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି କହିଥିଲେ । ଭୁବନ ର ମୁଖ୍ୟ ସମସ୍ୟା ହେଉଛି ଡାକ୍ତରଖାନା । ସର୍ବ ପ୍ରଥମେ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବି ବୋଲି ମତବ୍ୟକ୍ତ କରି ପୁନର୍ବାର ଭୁବନ – କାମାକ୍ଷା ନଗର ବାସୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।ସୂଚନା ଯୋଗ୍ୟ ଯେ,ଶ୍ରୀ ଜେନା ୨୦୦୪,୨୦୦୯ ଏବଂ ୨୦୧୯ ରେ ପ୍ରତିଦ୍ବନ୍ଦିତା କରି ପରାସ୍ତ ହୋଇଥିବା ବେଳେ ଚଳିତ ଥର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କୁ ୪୬୨୧ ଖଣ୍ଡ ଭୋଟ ରେ ପରାସ୍ତ କରି ବିଜୟୀ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *