ସାଉଥ ଏସିଆନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ

ଭୁବନେଶ୍ୱର, ୩୧/୦୫/୨୦୨୪ (ଓଡ଼ିଶା ସମାଚାର)-ସାମାଜିକ ଅନୁଷ୍ଠାନ ସାଉଥ ଏସିଆନ  ଇନଷ୍ଟିଟ୍ୟୁଟ ଅଫ ହେଲଥ ପ୍ରମୋସନ ପକ୍ଷରୁ ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ପଣ୍ଡା ପାର୍କ ବସ୍ତି ଠାରେ ବିଶ୍ୱ ତମାଖୁ ବର୍ଜନ ଦିବସ ସହିତ ପଥପ୍ରାନ୍ତ ସଚେତନତା ଧର୍ମୀ ନାଟକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡାକ୍ତର ଦାଶରଥି ଦାସ, ଡାକ୍ତର ପ୍ରଣବ ମହାପାତ୍ର ଯୋଗଦେଇ ତମାଖୁ ସେବନର ଭୟାବହତା ସମ୍ପର୍କରେ ଆଲୋକପାତ କରିଥିଲେ । ବସ୍ତିର ମହିଳାଙ୍କ ସହିତ ଅନ୍ୟମାନେ ସଚେତନହେଲେ ଏକ ସୁନ୍ଦର ନିରୋଗ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ଅତିଥିମାନେ କହିଥିଲେ । ପ୍ରତିବର୍ଷ ଏହାର ପ୍ରଭାବକୁ କମେଇବାପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି କୁହାଯାଇଥିଲା । କାର୍ଯ୍ୟକ୍ରମକୁ ରାକେଶ ଓ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *