ନାବାର୍ଡ, ଏସ.ଏଫ.ଏସି ଓ ଓ.ଏନ.ଡି.ସି. ସହଯୋଗରେ ତରଙ୍ଗ ମେଳା

କେନ୍ଦ୍ରାପଡ଼ା, ୧୧/୭/୨୦୨୪ (ଓଡ଼ିଶା ସମାଚାର)-ନାବାର୍ଡ ଏସ.ଏଫ୍.ଏସି ଏବଂ ଓ ଏନଡିସିର ମିଳିତ ଆନୁକୁଲ୍ୟରେ କଟକ ବାଲିଯାତ୍ରା ପଡ଼ିଆରେ କୃଷକ ଉତ୍ପାଦକ ସଂଗଠନ ମାନଙ୍କୁ ନେଇ ତରଙ୍ଗ ମେଳା -୨ ଅନୁଷ୍ଠିତ ହୋଇଯାଇଛି  । ଜୁଲାଇ ୪ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚାଷୀମାନଙ୍କର ଉତ୍ପାଦ ପ୍ରଦର୍ଶନୀ ତଥା ବିକ୍ରିବଟା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟରୁ ୪୦ଟି କୃଷକ ଉତ୍ପାଦକ ସଂଘର ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ । ମେଳାର ପ୍ରାରମ୍ଭରେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଡ. ସୁଧାଂଶୁ କେ. କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସ.ଏଫ୍. ଏସି ର ନିର୍ଦ୍ଧେଶକ ନଟବର ପାଲ, ୟୁକୋ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଭିଭୂତି ଭୂଷଣ ବେହେରା , ନାବାର୍ଡର ମହାପ୍ରବନ୍ଧକ ସଞ୍ଜୟ ତାଲୁକଦାର ପ୍ରମୁଖ ଯୋଗଦେଇ କୃଷକମାନଙ୍କ ଆର୍ଥôକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ବୈଠକର ପ୍ରାରମ୍ଭରେ ନାବାର୍ଡର ମହାପ୍ରବନ୍ଧକ ବି.କେ ଜାମଦା ତରଙ୍ଗ ମେଳାର ଉଦ୍ଧେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ନାବାର୍ଡର କଟକ ଜିଲାର ଡି.ଡି.ଏମ ପ୍ରକ୍ସୀମା ପରିଡ଼ା ଉପସ୍ଥିତ ଅତିଥି ମାନଙ୍କ ସହିତ ଉପସ୍ଥିତ ଚାଷୀଭାଇ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନିଗମ ପରିଚାଳନା କରିଥିଲା ।

Leave a Reply

Your email address will not be published. Required fields are marked *