ଓଡ଼ିଆ ଭାଷାରେ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ କାର୍ଯ୍ୟ

#      ସମସ୍ତ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ସଂପର୍କରେ ପ୍ରମୁଖ ଶାସନ ସଚିବଙ୍କ ବିଭାଗୀୟ ନିର୍ଦ୍ଦେଶ

#      ସମସ୍ତ ନଥିପତ୍ର, ପତ୍ରାଳାପ, ସଂକଳ୍ପପତ୍ର ଓଡ଼ିଆ ଭାଷାରେ କରାଯିବ

ଭୁବନେଶ୍ୱର, ୦୧/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ହେବ । ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଦ୍ୱାରା ଏ ସଂକ୍ରାନ୍ତୀୟ ଏକ ବିଭାଗୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହା ଆଧାରରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟର ନଥିପତ୍ର ଏବଂ ସମସ୍ତ ପତ୍ରାଳାପ ଓଡ଼ିଆ ଭାଷାରେ କରିବେ । ସମସ୍ତ ବୈଠକର ବିବରଣୀ ଓଡ଼ିଆରେ ଜାରି କରାଯିବ । ସମସ୍ତ ସଂକଳ୍ପପତ୍ର, ନିର୍ଦ୍ଦେଶନାମା ଏବଂ ଅନ୍ୟ ସମସ୍ତ ବିଭାଗୀୟ ପତ୍ରାଳାପ ମଧ୍ୟ ଓଡ଼ିଆ ଭାଷାରେ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କ୍ୟାବିନେଟ୍‌ ପାଇଁ ସମସ୍ତ ସ୍ମାରକପତ୍ର ଉଭୟ ଓଡ଼ିଆ ଏବଂ ଇଂରାଜୀରେ ପ୍ରକାଶ କରାଯିବ । ଏହି ସମସ୍ତ କାର୍ଯ୍ୟରେ ପ୍ରାଥମିକତା ଭିତ୍ତିରେ ଓଡ଼ିଆ ଭାଷା ବ୍ୟବହାର କରିବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବିଭାଗର ସମସ୍ତ ଅଧିକାରୀ, କ୍ଷେତ୍ର ଅଧିକାରୀ, ସର୍ବୋଚ୍ଚ ଯନ୍ତ୍ରୀ-୧, ସର୍ବୋଚ୍ଚ ଯନ୍ତ୍ରୀ-୨, ମୁଖ୍ୟମନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଆଦିଙ୍କ କାର୍ଯ୍ୟାଳୟ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *