କଟକ, ୩୧/୦୫/୨୦୨୪ (ଓଡ଼ିଶା ସମାଚାର)-ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ମେଧା ଛାତ୍ର ଶ୍ରୀମାନ ଶ୍ରୀଅଂଶ ମହାନ୍ତି ଜି ସନ୍ ଫାଉଣ୍ଡେସନ୍ ଗୋଆ ପକ୍ଷରୁ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଚମ୍ପିୟାନସିପରେ ଜି ସନ୍ ଅଲମ୍ପେଡ୍ ପ୍ରତିଯୋଗୀତାରେ ଗଣିତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଭୁବନେଶ୍ବର କେଶରୀ ହୋଟେଲରେ ଫାଉଣ୍ଡେସନ୍ ଦ୍ୱାରା ପାଳିତ ପୁରସ୍କାର ବିତରଣୀ ଉତ୍ସବରେ ପୁରସ୍କୃତ ହୋଇ ସମଗ୍ର କଟକ ସଦର ପାଇଁ ଗୌରବ ଆଣି ପାରିଛନ୍ତି । ସୂଚନାଯୋଗ୍ୟ ଶ୍ରୀଅଂଶ କଟକ ସଦର ନିମେଇସାପୁରସ୍ଥ ରାଜୀବ ମହାନ୍ତି ଓ ନୈବେଦ୍ୟା ମହାନ୍ତିଙ୍କ ପୁତ୍ର ଏବଂ ଅଧୁନା ଏକେ ବିଦ୍ୟା ମନ୍ଦିର ୪୨ ମୌଜା ସପ୍ତମ ଶ୍ରେଣୀର ଛାତ୍ର ଅଟନ୍ତି । ଏହି ସଫଳତା ନେଇ ପରିଷଦର ସଂପାଦକ ନାଟ୍ୟକାର ଆଶୋକ ପଟ୍ଟନାୟକ, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜାର ସଂପାଦକ ବରିଷ୍ଠ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି,କବି ସରୋଜ ନଳିନୀ ପରିଜା,ବିଦ୍ୟା ମନ୍ଦିର ଓ ସାଧାରଣରେ ଉଚ୍ଚ ପ୍ରଶଂସା କରିବା ସହ ଉତ୍ତରୋତ୍ତର ଉନତି କାମନା କରିଛନ୍ତି ।
ଜି ସନ୍ ଫାଉଣ୍ଡେସନ୍ ଗୋଆ ପକ୍ଷରୁ ମେଧା ଛାତ୍ର ଶ୍ରୀଅଂଶ ମହାନ୍ତି ପୁରସ୍କୃତ ।
