କୃତି ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା।

ନିରାକାରପୁର, ୩୦/୦୫/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା  କମାଗୁରୁ ସରକାରୀ ଉଚ୍ଚବିଦ୍ୟାଳୟରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୩ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ଼ ରେ ପାସ୍ କରି ବିଦ୍ୟାଳୟ କୁ ଗୈାରବାନ୍ବୀତ କରିଛନ୍ତି। ଏହି ଉପଲକ୍ଷେ ବିଦ୍ୟାଳୟ ତରଫରୁ ଅଂଶୁମାନ ଗୁମାନ ସିଂ, ସୂର୍ଯ୍ୟ କାନ୍ତ ବେହେରା ଓ ସଙ୍ଗୀତା ସାହୁ ଙ୍କୁ ପୁଷ୍ପ ଗୁଛ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧୁସୂଦନ ସୁନ୍ଦରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପରିଚାଳନା କମିଟି ସଭାପତି ବୃନ୍ଦାବନ ସାହୁ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ବିଦ୍ୟାଳୟ କୁ ଗୈାରବାନ୍ବୀତ କରିଥିବା ୩ ଜଣ ଛାତ୍ରଛାତ୍ରୀ ଙ୍କୁ ଶୁଭ ଆର୍ଶୀବାଦ ପ୍ରଦାନ କରିବା ସହ ଭବିଷ୍ୟତରେ ଜଣେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ଶେଷରେ ଶିକ୍ଷକ ପ୍ରଶାନ୍ତ କୁମାର ସାମନ୍ତସିଂହାର ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *