ମାହାଙ୍ଗା /ସାଲେପୁର,୩୦/୦୫/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)- କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁର ଓ ମାହାଙ୍ଗା ବିଧାନସଭା କ୍ଷେତ୍ର ଦ୍ବୟ ର ଭୋଟ ଗ୍ରହଣ ଜୁନ ଏକ ତାରିଖ ଶନିବାର ହେଉଛି । ଏଥିପାଇଁ ପ୍ରଚାର ଗୁରୁବାର ସନ୍ଧ୍ୟା ରେ ସରୁଛି । ପ୍ରାର୍ଥୀ ମାନଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇବା ସହ ଜୋରଦାର ପ୍ରଚାର କରିଛନ୍ତି । ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ପିତା ବିଧାୟକ ପ୍ରତାପ ଜେନା ଙ୍କ ସାହଚର୍ୟ୍ୟ ରେ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ ରେ ସଭାସମିତି ଓ ରାଲିରେ ଯାଇ ଜୋରଦାର ପ୍ରଚାର କରିଛନ୍ତି । ଅନ୍ୟ ପକ୍ଷରେ ବିଜେପି ରୁ ଟିକେଟ ନପାଇ ଶାରଦା ପ୍ରଧାନ (ବୁଲୁ )ବିଜେଡି ର ମୁଖ୍ୟ ପ୍ରତିଦ୍ବନ୍ଦୀ ରହିଥିବା ଚର୍ଚ୍ଚା ହେଉଛି । କଂଗ୍ରେସ ରୁ ଦେବେନ୍ଦ୍ର ସାହୁ ଓ ବିଜେପି ରୁ ସୁମନ୍ତ ଘଡେଇ ପ୍ରାର୍ଥୀ ରହିଛନ୍ତି । ଏଠାରେ ୧୩ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ମାହାଙ୍ଗା ରେ ବିଜେଡି ପ୍ରାର୍ଥୀ ଙ୍କ ସ୍ଥିତି ଭଲ ଥିବା ଚର୍ଚ୍ଚା ହେଉଛି ।
ସେହିପରି ସାଲେପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡି ପ୍ରାର୍ଥୀ ବିଧାୟକ ପ୍ରଶାନ୍ତ ବେହେରା ନିର୍ବାଚନ ପ୍ରଚାର ଅଭିଯାନ ରେ ଆଗୁଆ ଅଛନ୍ତି । ବିଜେପି ପ୍ରାର୍ଥୀ ଅଭିନେତା ଅରିନ୍ଦମ ରାୟ ଓ କଂଗ୍ରେସ ପ୍ରାର୍ଥୀ ୟାକୁବ ଖାଁ ପ୍ରଚାର ଅଭିଯାନ ଚଳାଇଥିଲେ ହେଁ ପଛରେ ଥିବା ଚର୍ଚ୍ଚା ହେଉଛି । ସାଲେପୁର ରେ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦୀତା କରୁଛନ୍ତି । ଅନ୍ୟପକ୍ଷରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଙ୍କ ସ୍ଥିତି ମାହାଙ୍ଗା ଓ ସାଲେପୁର ରେ ସଂଘର୍ଷ ପୂର୍ଣ୍ଣ ଥିବା କୁହାଯାଉଛି ।