ଆଜି ପ୍ରଥମ ଦିବସ ହୋମ୍ ଭୋଟିଂରେ ଆଶାନୁରୂପ ସପଂଳତା, ୪୫ ବର୍ଷର ଦିବ୍ୟାଙ୍ଗ ପ୍ରଥମ ଥର ଭୋଟ ଦେଲେ ।

ଯାଜପୁର, ୨୫/୫/୨୦୨୪ (ଓଡ଼ିଶା ସମାଚାର)-ନିର୍ବାଚନ କମିଶନଙ୍କ ନିର୍ଦ୍ଧେଶ କ୍ରମେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ-୨୦୨୪ ନିମନ୍ତେ ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ ଓ ମଜବୁତ କରିବା ତଥା ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନରେ ସମସ୍ତ ଭୋଟର ମାନଙ୍କ ଯୋଗଦାନ ନିମନ୍ତେ ହୋମ୍ ଭୋଟିଂ ଏକ ଅତି ସରଳ ମାଧ୍ୟମ ବୋଲି ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣ ତାଙ୍କର ମତ ବ୍ୟକ୍ତ କରିଛନ୍ତି । ୮୫ ବର୍ଷରୁ ଅଧିକ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ଏହାଦ୍ୱାରା ଗଣତନ୍ତ୍ରର ସର୍ବୋକôୃଷ୍ଟ ପର୍ବ ନିର୍ବାଚନ ପର୍ବରେ ସାମିଲ ହୋଇ ରାଷ୍ଟ୍ରର ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ସୁଦୃଢ କରିବାରେ ଅତୁଳନୀୟ ଭୂମିକା ନିର୍ବାହ କରୁଛନ୍ତି ବୋଲି ଜିଲାପାଳ ଶ୍ରୀ କଲ୍ୟାଣ ପ୍ରକାଶ କରିବା ସହ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ହୋମ୍ ଭୋଟିଂରେ ବରିଷ୍ଠ ନାଗରିକମାନେ ନିଶ୍ଚିତ ସାମିଲ ହୋଇ ନିଯୁକ୍ତ କର୍ମଚାରୀ ଓ ପ୍ରାର୍ଥୀଙ୍କ ଏଜେଣ୍ଟ ମାନଙ୍କ ସହାୟତାରେ ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରି ମତଦାନ ହାର ବୃଦ୍ଧି ଦିଗରେ ସହଯୋଗ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି ।
ପ୍ରକାଶ ଥାଉ କି, ୫୨-ଯାଜପୁର ବିଧାନସଭା ଆସନ ଅନ୍ତର୍ଗତ ରଣୁଆ, ଖଣ୍ଡରା ଅଂଚଳର ୪୫ ବର୍ଷ ଦିବ୍ୟାଙ୍ଗ କୂଳମଣି ସାହୁ ପ୍ରଥମ ଥର ତାଙ୍କର ମତଦାନ ସାବ୍ୟସ୍ତ କରିଥିବା ବେଳେ ୪୮-ବିଂଝାରପୁର (ସଂରକ୍ଷିତ) ଓ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆନନ୍ଦ ଓ ଖୁସିର ସହ ବହୁ ବୃଦ୍ଧ, ବୃଦ୍ଧା ସେମାନଙ୍କର ମତଦାନ ସାବ୍ୟସ୍ତ କରିବା ସହ ସମସ୍ତ ବିଧାନସଭା ଆସନରେ ନିର୍ବାଚନ କମିଶନଙ୍କ ହୋମ୍ ଭୋଟିଂ ପଦକ୍ଷେପ ଓ ପ୍ରଶାସନର ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଛନ୍ତି । ଆଜି ୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ଅନ୍ତର୍ଗତ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩୬୭ ଜଣ ହୋମ୍ ଭୋଟିଂ ମାଧ୍ୟମରେ ନିଜର ମତଦାନ ସାବ୍ୟସ୍ତ କରିଥିବା ବେଳେ ଶତକଡା ୯୭.୮୭ ପ୍ରତିଶତ ସପଂଳତା ମିଳିଛି ।

Leave a Reply

Your email address will not be published. Required fields are marked *