ପିପିଲି/ ଭୁବନେଶ୍ୱର, ୨୫/୦୫/୨୦୨୪ (ଓଡ଼ିଶା ସମାଚାର)- ପିପିଲିରେ ନିର୍ବାଚନ ଡ୍ୟୁଟି କରୁଥିବା ବେଳେ ଗୀତାଞ୍ଜଳୀ ପ୍ରଧାନ (୩୦) ନାମକ ମହିଳା କନେଷ୍ଟବଳ ବିଦ୍ୟୁତ୍ ଆଘାତରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସେଠାରୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ନିର୍ବାଚନ ପରିଚାଳନା ପାଇଁ ପୁରୀ ପୁଲିସ ଆର୍ଓରୁ ପିପିଲିକୁ ଆସିଥିଲେ। ତାଙ୍କ ଘର କଣାସ ଅଞ୍ଚଳରେ ହୋଇଥିବା ସୂଚନା ।