ବିଶ୍ୱ ଭାରତ ଆଡକୁ ଚାହିଁ ରହିଛି ଏବଂ ଭାରତ ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ସୁଯୋଗ ପ୍ରଦାନ କରୁଛି: କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ

ଭୁବନେଶ୍ୱର,୨୦/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଆନୁକୂଲ୍ୟରେ ଜାତୀୟ ଉଦ୍ୟୋଗ ଓ କ୍ଷୁଦ୍ର ବ୍ୟବସାୟ ବିକାଶ ପ୍ରତିଷ୍ଠାନ (ଏନଆଇଏସବିୟୁଡି) ପକ୍ଷରୁ “ଉତ୍ସାହଜନକ ଉଦ୍ୟୋଗୀ ଅଭିବୃଦ୍ଧି: ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ବଜାର ପ୍ରବେଶ ଓ ଡିଜିଟାଲ୍ ଦକ୍ଷତା ବୃଦ୍ଧି” ଶୀର୍ଷକ ଦୁଇଦିନିଆ ଦକ୍ଷତା ବିକାଶ କର୍ମଶାଳା ସଫଳତାର ସହ ସମ୍ପନ୍ନ ହୋଇଛି ।


ଏହି କର୍ମଶାଳାରେ ବିବିଧ ବର୍ଗର ଅଂଶଗ୍ରହଣକାରୀ ଭାଗ ନେଇ ଫାଇନାନ୍ସର ସୀମିତ ଉପଲବ୍ଧତା, ବଜାର ପ୍ରତିବନ୍ଧକ, ଡିଜିଟାଲ ଉପକରଣର କମ୍ ଗ୍ରହଣୀୟତା ଭଳି ଉଦ୍ୟମିତା ପ୍ରତିବନ୍ଧକ ବିଷୟଗୁଡ଼ିକ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ବିଶେଷଜ୍ଞମାନଙ୍କୁ ନେଇ ପ୍ୟାନେଲ୍ ଆଲୋଚନା ଏବଂ ବିଭିନ୍ନ ଅଧିବେଶନ ଆୟୋଜନ କରାଯାଇଥିଲା । ସେଥିରେ ବ୍ୟବସାୟ ସମ୍ପ୍ରସାରଣକୁ ସମର୍ଥନ କରିବା ପାଇଁ ସରକାରୀ ଆର୍ଥôକ ଯୋଜନା, ସଂସ୍ଥାଗତ ଋଣ ବିକଳ୍ପ, ଭେଂଚର କ୍ୟାପିଟାଲ ନିବେଶ ଏବଂ ବିକଳ୍ପ ଆର୍ଥôକ ମଡେଲର ଉପଯୋଗ ଭଳି ମୂଲ୍ୟବାନ ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଥିଲା ।

ଏହି କର୍ମଶାଳାର ଉଦଯାପନୀ ଅଧିବେଶନରେ ମାନ୍ୟବର ଦକ୍ଷତା ବିକାଶ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ତଥା ଭାରତ ସରକାରଙ୍କ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ମୁଖ୍ୟ ଅତିଥି ଏବଂ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ସମ୍ପଦ ଚନ୍ଦ୍ର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଭାରତ ସରକାରଙ୍କ ଏମଏସଡିଇର ସଚିବ ଅତୁଲ କୁମାର ତିୱାରୀ ଓ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଉଦ୍ୟୋଗୀମାନଙ୍କୁ ସମ୍ବୋଧିତ କରିଥିଲେ ।

ଦକ୍ଷତା ବିକାଶ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ତଥା ଭାରତ ସରକାରଙ୍କ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, “ଉତ୍ପାଦ, ନାଗରିକ ଏବଂ ଏହାର ବ୍ୟବସାୟର ଗୁଣବତା ପାଇଁ ବିଶ୍ୱର ନଜର ଭାରତ ଉପରେ ରହିଛି ଯାହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାମୂଳକ ସୁବିଧା ପ୍ରଦାନ କରୁଛି । ଆମ ଉଦ୍ୟୋଗଗୁଡ଼ିକ ବିଶ୍ୱସ୍ତରରେ ନିଜକୁ ଅଲଗା ଦେଖାଯିବା ପାଇଁ ଉତ୍ପାଦର ଗୁଣବତା ଉପରେ ଧ୍ୟାନ ଦେବା ଉଚିତ । ଏହା ହାସଲ କରିବା ପାଇଁ ଉଦ୍ୟୋଗଗୁଡ଼ିକ ଉଦ୍ୟୋଗୀଙ୍କ ଉପରେ ପୁଞ୍ଜିନିବେଶ କରିବା ଆବଶ୍ୟକ ଏବଂ ଆମ ଅର୍ଥନୀତିର ଅଗ୍ରଗତି ପାଇଁ ସେମାନଙ୍କୁ ସମସ୍ତ ସମ୍ଭବ ଉପାୟରେ ସମର୍ଥନ କରିବା ଆବଶ୍ୟକ ।

ଆମର ନିକଟରେ କେନ୍ଦ୍ର ବଜେଟ ୨୦୨୫ରେ ମହିଳା ଏବଂ ଅବହେଳିତ ବର୍ଗଙ୍କୁ ଲକ୍ଷ୍ୟ କରି ନିଆଯାଇଥିବା ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ଫଣ୍ଡ ଅଫ୍ ଫଣ୍ଡସ (ଏଫଓଏଫ) ଅଧୀନରେ ପାଖାପାଖି ୧୦,୦୦୦ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି, ଯାହା ସେମାନଙ୍କ ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିବା ପାଇଁ ଉପଲବ୍ଧ ହୋଇଛି । ସରକାର ନାଗରିକମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି, କିନ୍ତୁ ଯଦି ଆମେ ଏହାକୁ ଆମର ଅଧିକାର ଭାବରେ ବ୍ୟବହାର କରିବା ଶିଖିବା ତେବେ ଏହା ଫଳପ୍ରଦ ହେବ ।

ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଅଧିବେଶନ ଉଦୀୟମାନ ଉଦ୍ୟୋଗୀମାନଙ୍କ ମଧ୍ୟରେ ଉଦ୍ୟୋଗୀ ଭାବନାକୁ ଉତ୍ସାହିତ କରିବ ଏବଂ ସେମାନଙ୍କୁ ସରକାରଙ୍କ ପଦକ୍ଷେପ, ଆର୍ଥôକ ସାକ୍ଷରତା, ବଜାର ପ୍ରବେଶ ଏବଂ ଡିଜିଟାଲ ଦକ୍ଷତା ଉପରେ ଗଭୀର ବୁଝାମଣା ହାସଲ କରିବାରେ ସାହାଯ୍ୟ କରିବ ।’’
ଏହି କର୍ମଶାଳାରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ର ୧୦୦ରୁ ଅଧିକ ଉଦ୍ୟୋଗୀ ଯୋଗ ଦେଇଥିବା ବେଳେ ଅଧିକାଂଶ ଉଦ୍ୟୋଗୀଙ୍କୁ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟର ସଂକଳ୍ପ କାର୍ଯ୍ୟକ୍ରମ ଅଧୀନରେ ତାଲିମ ଦିଆଯାଇଥିଲା ।

ଅଂଶଗ୍ରହଣକାରୀମାନେ ଆର୍ଥôକ ପରିଚାଳନା ଏବଂ ପାଣ୍ଠି ସୁଯୋଗ ବିଷୟରେ ସେମାନଙ୍କ ବୁଝାମଣାରେ ଉଲ୍ଲେଖନୀୟ ଲାଭ ବିଷୟରେ ଜଣାଇଥିଲେ । ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କ ଉଦ୍ୟୋଗକୁ ବ୍ୟାପକ କରିବା ଏବଂ ନେଟୱାର୍କକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟକ୍ଷମ ରୋଡମ୍ୟାପ୍ ପ୍ରଦାନ କରାଯାଇଥିଲା ଯାହା ସେମାନଙ୍କୁ ଉଦ୍ୟୋଗୀ ଦୃଶ୍ୟପଟରେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ । ଉଦଯାପନୀ ଅଧିବେଶନରେ ଉଦ୍ୟୋଗୀମାନଙ୍କୁ ଶ୍ରୀ ଜୟନ୍ତ ଚୌଧୁରୀ ସମ୍ବର୍ଦ୍ଧିତ କରିଥିଲେ ।
ଏହି ଦୁଇ ଦିନିଆ କର୍ମଶାଳାରେ ପ୍ୟାନେଲ ଆଲୋଚନା ଏବଂ ବ୍ୟବହାରିକ ଅଧିବେଶନ ସହିତ ଆୟୋଜନ କରାଯାଇଥିଲା, ଯେଉଁଥିରେ ଉଦୀୟମାନ ଉଦ୍ୟୋଗୀମାନଙ୍କ ଦକ୍ଷତା ବିକାଶ ମାଧ୍ୟମରେ ଉଦ୍ୟୋଗୀ ବ୍ୟବସ୍ଥାକୁ ବଢ଼ାଇବା ଉପରେ ଧ୍ୟାନ ଦିଆଯାଇଥିଲା ।

ପ୍ରଥମ ପ୍ୟାନେଲ ଆଲୋଚନାରେ “ଏକ ଶକ୍ତିଶାଳୀ ଉଦ୍ୟୋଗୀ ବ୍ୟବସ୍ଥା ଗଠନ– ଆହ୍ୱାନ ଏବଂ ସୁଯୋଗ” ଉପରେ ଏନଆଇଟିର ଅଟଳ ଇନକ୍ୟୁବେସନ ସେଂଟରର ସିଇଓ ଶ୍ରୀ ଦୁର୍ଗା ପ୍ରସାଦ ଗୌଡ଼, ଓଡ଼ିଶା ଚାମ୍ବର୍ସ ଅଫ୍ କମର୍ସର ବରିଷ୍ଠ ଉପସଭାପତି ସୁଧାଂଶୁ ମହାନ୍ତି; ଆଶଦିତ ନ୍ୟୁଟ୍ରିଟେକ୍ ପ୍ରାଇଭେଟ୍ ଲିମିଟେଡ୍ର ପ୍ରତିଷ୍ଠାତା ତଥା ସିଇଓ ସୁରେଖା ରାଉତରାୟ ଏବଂ ଅଟୋସେଭ୍ ଷ୍ଟାର୍ଟଅପ୍ ଷ୍ଟୁଡିଓର ମ୍ୟାନେଜିଂ ପାର୍ଟନର ଶ୍ରୀ ରଶ୍ମି ରଞ୍ଜନ ଆଲୋଚନା କରିଥିଲେ ।

ଦ୍ୱିତୀୟ ପ୍ୟାନେଲ ଆଲୋଚନା “ଉଦ୍ୟୋଗୀ ବ୍ୟବସ୍ଥାକୁ ସୁଦୃଢ଼ କରିବା – ଅର୍ଥ, କ୍ରେଡିଟ୍ ଲିେଙ୍କଜ୍ ଏବଂ ସରକାରୀ ଯୋଜନାଗୁଡିକ ପାଖରେ ପହଂଚିବା” ଉପରେ ପର୍ଯ୍ୟବସିତ ଥିଲା, ଯେଉଁଥିରେ ବିହାର ଦକ୍ଷତା ବିକାଶ ମିଶନର ସଚିବ ତଥା ସିଇଓ ଶ୍ରୀ ଦୀପକ ଆନନ୍ଦ, ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଧେଶକ ପ୍ରଫେସର ମହାଦେବ ପି. ଜୟସ୍ୱାଲ, ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ମାର୍କେଟିଂ ସୋସାଇଟି (ଓରମାସ୍)ର ଡେପୁଟି ସିଇଓ ଶ୍ରୀ ନିଗମ ଦାସ ପ୍ରମୁଖ ଅଂଶଗ୍ରହଣ କରି ସରକାରୀ ଯୋଜନା ଏବଂ ଉଦ୍ୟୋଗୀମାନେ ସେମାନଙ୍କ ବ୍ୟବସାୟ ବୃଦ୍ଧି ପାଇଁ କିଭଳି ତାହାକୁ ଉପଯୋଗ କରିପାରିବେ ସେ ବିଷୟରେ ସଚେତନତା ସୃଷ୍ଟି କରିଥିଲେ ।

ପ୍ୟାନେଲକୁ ଏନଆଇଇଏସବିୟୁଡିର ନିର୍ଦ୍ଧେଶକ ଡ. ପୁନମ ସିହ୍ନା ପରିଚାଳନା କରିଥିଲେ । ଜିଇଏମର ଶ୍ରୀ ଅନୁଜ କୁମାର ଏବଂ ସଭଭାସ ରିଟେଲ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ର ଶ୍ରୀ ଶଶାଙ୍କ ପାତ୍ରଙ୍କ ନେତୃତ୍ୱରେ ଡିଜିଟାଲ ଅଭିବୃଦ୍ଧି ରଣନୀତି ଉପରେ ଏକ ଅତିରିକ୍ତ ଅଧିବେଶନରେ ବଜାର ସମ୍ପ୍ରସାରଣ ପାଇଁ ଜିଇଏମ୍ ଏବଂ ଓଏନଡିସି ଭଳି ପ୍ଲାଟଫର୍ମ ବ୍ୟବହାର ଏବଂ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଆଇଏଏସ୍ ଶ୍ରୀମତୀ ଶୁଭା ଶର୍ମାଙ୍କୁ ନେଇ କ୍ରେଡିଟ୍ ଲିେଙ୍କଜ୍ ଏବଂ ଆର୍ଥôକ ଅନ୍ତର୍ଭୁକ୍ତୀକରଣ ଉପରେ ଆଲୋଚନାରେ ନିୟୋଜିତ ତୃତୀୟ ପ୍ୟାନେଲ୍ ଉଦ୍ୟୋଗୀମାନଙ୍କୁ କାର୍ଯ୍ୟକ୍ଷମ ସୂଚନା ପ୍ରଦାନ କରାଯାଇଥିଲା ।

ଅନ୍ୟାନ୍ୟ ଆର୍ଥôକ ବିଶେଷଜ୍ଞମାନେ ଉଦ୍ୟୋଗୀଙ୍କ ବିକାଶ ପାଇଁ ଜରୁରୀ ସରକାରୀ ସମର୍ଥôତ ଆର୍ଥôକ ଯୋଜନାଗୁଡ଼ିକୁ ଉପଲବ୍ଧ କରାଇବା ପାଇଁ ମାର୍ଗଦର୍ଶନ କରିଥିଲେ ।
ଓଡ଼ିଶା ରାଜ୍ୟରେ ଉଦ୍ୟୋଗୀ ବାତାବରଣକୁ ଆଗକୁ ବଢ଼ାଇବା ଉଦ୍ଧେଶ୍ୟରେ ଏନ୍ଆଇଇବିୟୁଡି ଏବଂ ଆଇଆଇଏମ୍ ସମ୍ବଲପୁର ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା ।

ଡିଜିଟାଲ ଭାବେ ସକ୍ଷମ ଅନ୍ତର୍ଭୁକ୍ତୀକରଣ ଉଦ୍ୟମିତାକୁ ପ୍ରୋତ୍ସାହନ ଦେଇ ଆତ୍ମନିର୍ଭର ଭାରତ ପାଇଁ ଭାରତର ଦୃଷ୍ଟିକୋଣ ସହିତ ଏହି ପଦକ୍ଷେପ ସମନ୍ୱିତ ଥିଲା । କର୍ମଶାଳାରୁ ଶିକ୍ଷାର କାର୍ଯ୍ୟକାରିତା ଉପରେ ନଜର ରଖିବା ଏବଂ ଏହି ଅଂଚଳରେ ଉଦ୍ୟୋଗ ବିକାଶ ଉପରେ ଏହାର ପ୍ରଭାବ ଆକଳନ କରିବା ପାଇଁ ଏକ ଅନୁସରଣ (ଫଲୋ-ଅପ୍) ବ୍ୟବସ୍ଥା ପ୍ରତିଷ୍ଠା କରାଯିବ ।

Leave a Reply

Your email address will not be published. Required fields are marked *